ସୁଶାନ୍ତ ସିହଂ ରାଜପୁତ ମୃତ୍ୟୁ ପ୍ରସଙ୍ଗ: ସିବିଆଇ ତଦନ୍ତ ପାଇଁ ସୁପାରିସ କଲେ ବିହାର ସରକାର
1 min readପାଟନା: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗର ସିବିଆ ତଦନ୍ତ ପାଇଁ ବିହାର ସରକାର ସୁପାରିସ କରିଛନ୍ତି ବିହାର ସରକାର । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପାରିସ କରିଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ପିତା କେ କେ ସିଂହ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ କଥା ହୋଇ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ।
#SushantSinghRajput's father KK Singh speaks to Bihar CM Nitish Kumar, requests him to order CBI investigation into the actor's death case.
(file pic) pic.twitter.com/YgLyK0Gx57— ANI (@ANI) August 4, 2020
ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ ସହ କଥା ହୋଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋର ସୁଶାନ୍ତ ସିଂହ ରାଜପୁତଙ୍କ ପିତାଙ୍କ ସହ ଆଲୋଚନା ହୋଇଥିଲା ।ତାଙ୍କର ଦାବି ଅନୁସାରେ ବିହାର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିବେ । ଆଜି ସଂଧ୍ୟା ସୁଧା ଆବଶ୍ୟକ ସମସ୍ତ ସରକାରୀ କାମ ସରିବ । ପିତାଙ୍କ କହିବା ପରେ ହିଁ ସିବିଆଇ ତଦନ୍ତ ପାଇଁ ସୁପାରିସ କରାଯାଇ ପାରିବ । ଆଜି ସିବିଆଇ ତଦନ୍ତ ସମ୍ବନ୍ଧିୟ ସମସ୍ତ କାଗଜ ପତ୍ର କେନ୍ଦ୍ରକୁ ପଠାଇ ଦିଆଯିବ । ଏତଲା ପରେ ବିହାର ପୋଲିସ ମାମଲାର ତଦନ୍ତ ପାଇଁ ମୁମ୍ବାଇକୁ ଟିମ୍ ପଠାଇଥିଲା । ତେବେ ମହାରାଷ୍ଟ୍ର ସରକାରଙ୍କ ପଟୁ କୌଣସି ସହଯୋଗ ମିଳିନଥିଲା । ଏପରିକି ଆଗୁଆ ସୂଚନା ସତ୍ୱେ ଜଣେ ଆଇପିଏସ ଅଧିକାରୀଙ୍କୁ ଯେମିତି କ୍ୱାରେଣ୍ଟାଇନ୍ କରାଗଲା ତାହା ଠିକ୍ ବ୍ୟବହାର ନଥିଲା ।
ନୀତିଶ ଆହୁରି ମଧ୍ୟ କହିଛନ୍ତି ୟେ, ଆମ ଉପରେ ଚାରିପଟୁ ସିବିଆଇ ତଦନ୍ତ ପାଇଁ ଚାପ ପଡୁଥିଲା । ଯାହା ସ୍ୱଭାବିକ ଥିଲା । କିନ୍ତୁ ଯଦି ଆମେ ନିଜ ତରଫରୁ ଏହା କରିଥାନ୍ତୁ ତେବେ ଏହାକୁ କେମିତି ନିଆଯାଇଥାନ୍ତା ତାହା କୁହାଯାଇ ପାରିବ ନାହିଁ । କିନ୍ତୁ ଯଦି ସୁଶାନ୍ତଙ୍କ ପିତା ଚାହିଁବେ ତେବେ ଆମେ ନିଶ୍ଚିତ ଭାବେ ସୁପାରିସ କରିବୁ । ଆଜି ହିଁ ସୁଶାନ୍ତଙ୍କ ପିତା ସିବିଆଇ ତଦନ୍ତ ପାଇଁ କହିଛନ୍ତି ଓ ଆମେ ସିବିଆଇ ତଦନ୍ତ ପାଇଁ ସୁପାରିସ କରିବୁ ।