ତାମିଲନାଡୁ ଛାଡି ପଳାଉଛନ୍ତି ବିହାରୀ ସମ୍ପ୍ରଦାୟ, ରାସ୍ତାରେ ଗୋଡାଇ ହାଣୁଛନ୍ତି

ଚେନ୍ନାଇ: ତାମିଲନାଡୁରେ ବିହାରୀ ସମ୍ପ୍ରଦାୟଙ୍କୁ ମିଳୁଛି ତାଲିବାନୀ ଦଣ୍ଡ  । କାରଣ ହିନ୍ଦୀ କହିବା ଏବେ ପାପ ପାଲଟିଛି  । ଶ୍ରମିକ ମାନଙ୍କ ମଧ୍ୟରେ ଆରମ୍ଭ ଗଣ୍ଡଗୋଳ କାରଣରୁ ହିନ୍ଦୀ ଭାଷାଭାଷୀଙ୍କୁ ବାଛି ବାଛି ହାଣୁଛନ୍ତି ଦୁର୍ବୃତ୍ତ  । ବିହାର ଜମୁଇର ଜଣେ ଶ୍ରମିକ ଅଭିଯୋଗ କରିଛନ୍ତି ଯେ ୧୨ ଜଣ ଶ୍ରମିକଙ୍କୁ ଗୋଟିଏ ଘରେ ବନ୍ଦ କରି ରଶିରେ ଝୁଲାଇ ମୃତ୍ୟୁଦଣ୍ଡ ଦିଆଯାଇଛି  । ଶ୍ରମିକ ମାନେ ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି  ।

କୋଏମ୍ବଟୁରରେ ଫସିଥିବା ଜମୁଇର ଜଣେ ଯୁବକ କହିଛନ୍ତି ଯେ ତାମିଲନାଡୁରେ ଲୋକେ ପଚାରୁଛନ୍ତି ଯେ ‘ଏଲା ହିନ୍ଦୀ, ଯଦି ଉତ୍ତରରେ ହଁ ଆସିଲା ସେଠାରେ ସେମାନଙ୍କୁ ହାଣି ଦିଆଯାଉଛି’ । ଯିଏ ଟ୍ରେନରେ ବି ଯାତ୍ରା କରୁଛନ୍ତି ସେମାନଙ୍କୁ ଓହ୍ଲାଇ ପଚରା ଯାଉଛି ‘ତୁମେ ହିନ୍ଦୀ ଭାଷାଭାଷୀର ଲୋକେ କି ’? ପ୍ରଶାସନକୁ ସାହାଯ୍ୟ ମାଗିଲେ ସେଠାରୁ ବି ନିରାଶ ହେବାକୁ ପଡୁଥିବା ଅଭିଯୋଗ ହେଉଛି  । ଜୀବନ ବଞ୍ଚାଇ ଶ୍ରମିକ ମାନେ ତାମିଲନାଡୁ ଛାଡି ପଳାଉଛନ୍ତି  ।

ଶିବକଟ ଓ ତିରପୁରା ଶିଳ୍ପାଞ୍ଚଳ ଅଞ୍ଚଳରେ ସବୁଠାରୁ ଅଧିକ ଲୁହା କାରଖାନା ରହିଛି  । ଏହି ଅଞ୍ଚଳରୁ ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ସାମନାକୁ ଆସୁଛି  ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ମାମଲାରେ ଟ୍ବିଟ କରି କହିଛନ୍ତି ଯେ ‘‘ତାମିଲନାଡୁରେ କାମ କରୁଥିବା ବିହାରର ଶ୍ରମିକଙ୍କ ଉପରେ ଅତ୍ୟାଚାର ହେଉଥିବା ଖବର ସମ୍ବାଦପତ୍ରରୁ ଜାଣିବାକୁ ପାଇଲି  । ବିହାରର ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ତାମିଲନାଡୁ ସରକାରର ଅଧିକାରୀଙ୍କ ସହ ଆଲୋଚନା କରି ସେଠାରେ ରହୁଥିବା ବିହାର ଶ୍ରମିକଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ’’ ।

ଏହି ଟ୍ବିଟ ପରେ ତାମିଲନାଡୁର ଡିଜିପି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶ୍ବସନା ଦେଇଛନ୍ତି  । ସେପଟେ ତାମିଲନାଡୁରେ କାମ କରୁଥିବା ବିହାର ଜମୁଇର ଜଣେ ଶ୍ରମିକ କହିଛନ୍ତି ଯେ କିଛି ମାସ ପୂର୍ବରୁ ହିନ୍ଦୀ କହୁଥିବା ବିହାରୀ ଶ୍ରମିକ ଓ ସ୍ଥାନୀୟ ଶ୍ରମିକଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା  । ବୈଠକରେ ଶ୍ରମିକ ପାଉଣା ୧୦୦୦ ଟଙ୍କାରୁ ୧୨୦୦ ଟଙ୍କା ବୃଦ୍ଧି କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା  । ଏଥିପାଇଁ ଧମକ ବି ଦିଆଯାଇଥିଲା  । କିନ୍ତୁ ବିହାରର ଶ୍ରମିକ ଆରମ୍ଭରୁ ୮୦୦ ଟଙ୍କାରେ କାମ କରିଆସୁଛନ୍ତି ଯାହାକୁ ବିରୋଧ କରୁଛନ୍ତି ତାମିଲନାଡୁର ଶ୍ରମିକ  ।