ବିହାରରେ ବିଧାନସଭା ନିର୍ବାଚନ ପ୍ରସଙ୍ଗ, ଆଜି ବି ପାଟନାରେ ସ୍ଥିତି ସମୀକ୍ଷା କରିବେ ଇସିଆଇ
1 min read
ନନ୍ଦିଘୋଷ ବ୍ୟୁରୋ : ବିହାରରେ ବିଧାନସଭା ନିର୍ବାଚନ ପ୍ରସଙ୍ଗ। ଆଜି ବି ସ୍ଥିତି ସମୀକ୍ଷା କରିବେ ନିର୍ବାଚନ କମିଶନ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ନେତୃତ୍ବରେ ଯାଇଥିବା ୩ ଜମିଟି କରୁଛନ୍ତି ସମୀକ୍ଷା। ଟିମରେ ସାମିଲ ଅଛନ୍ତି ଅନ୍ୟତମ ୨ ନିର୍ବାଚନ ଅଧିକାରୀ ସୁଖବୀର ସିଂ ସାନ୍ଧୁ ଓ ବିବେକ ଯୋଶୀ। ଗତକାଲି ପାଟନାର ତାଜ ହୋଟେଲରେ ରାଜ୍ୟର ପଞ୍ଜିକୃତ ୧୨ଟି ରାଜନୈତିକ ଦଳର ନେତାଙ୍କ ସହ ଇସିଆଇ କରିଥିଲେ ଆଲୋଚନା। ବିହାର ଗସ୍ତ ପୂର୍ବରୁ ଦିଲ୍ଲୀରେ ବିହାର ଓ ଅନ୍ୟାନ୍ୟ ରାଜ୍ୟରେ ହେବାକୁ ଉପନିର୍ବାଚନ ଲାଗି ନିଯୁକ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସହ ବୈଠକ କରିଥିଲେ ଆୟୋଗ। ଆସନ୍ତା ନଭେମ୍ବର ୨୨ରେ ବିହାର ବିଧାନସଭାର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ହେବ ବିଧାନସଭା ନିର୍ବାଚନ । ଚଳିତ ମାସ ଶେଷ ଭାଗ ଓ ନଭେମ୍ବରରେ ବିଭିନ୍ନ ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ । ବିହାରରେ ନିର୍ବାଚନକୁ ସ୍ବଚ୍ଛ ଓ ନିରପେକ୍ଷ କରିବା ଦିଗରେ ନିର୍ବାଚନ କମିଶନ ଯୋଜନା କରିଛନ୍ତି । ବିହାର ଓ ଅନ୍ୟ ରାଜ୍ୟର ଉପନିର୍ବାଚନ ଲାଗି ନିର୍ବାଚନ କମିଶନ ୪୭୦ ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୩୨୦ ଆଇଏଏସ, ୬୦ ଆଇପିଏସ ଓ ୯୦ ଆଇଆରଏସ ଅଧିକାରୀ l ଓଡ଼ିଶା, ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ, ଝାଡ଼ଖଣ୍ଡ, ତେଲଙ୍ଗାନା, ପଞ୍ଜାବ, ମିଜୋରାମରେ ହେବ ଉପନିର୍ବାଚନ ।