ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଗଳାମୀ: ମହିଳାଙ୍କୁ ୫ ମିନିଟରେ ଦେଇଦେଲେ କୋଭିସିଲ୍ଡ, କୋଭାକ୍ସିନ

ପାଟନା: କୋଭିସିଲ୍ଡ ନେବାର ୫ ମିନଟ ପରେ ଜଣେ ମହିଳାଙ୍କୁ ଦିଆଗଲା କୋଭାକ୍ସିନ ଟିକା । ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବିହାରରେ । ପଦାରେ ପଡିଛି ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ଦାୟିତ୍ବହୀନତା । ସୁନୀଳା ଦେବୀ ନାମ୍ନୀ ଏହି ମହିଳା ବିହାରର ପାଟନା ଅନ୍ତର୍ଗତ ପୁନପୁନ ବ୍ଲକର ଏକ ଗାଁର ଟିକାକରଣ କେନ୍ଦ୍ରକୁ ଯାଇଥିଲେ । ସେ ଲାଇନରେ ଠିଆ ହୋଇ କୋଭିସିଲ୍ଡ ନେଇଥିଲେ । ଟିକା ନେବା ପରେ ତାଙ୍କୁ ଅବଜର୍ଭେସନ ରୁମକୁ ନିଆଯାଇଥିଲା ।

ସେଠାରେ ବସିବାର ୫ ମିନଟ ପରେ ଜଣେ ନର୍ସ ଆସି ତାଙ୍କୁ ଡାକି ନେଇ ଟିକାକରଣ ରୁମକୁ ନେଇଯାଇଥିଲେ । ସେଠାରେ ତାଙ୍କୁ କୋଭାକ୍ସିନ ଦିଆଯାଇଥିଲା । ଏପରିକି ମହିଳା ଜଣକ ଟିକା ନେବା କଥା କହିଥିଲେ ମଧ୍ୟ ଉକ୍ତ ନର୍ସ ତାଙ୍କୁ ସେହି ହାତରେ ଆଉ ଏକ ଟିକା ନେବାକୁ କହିଥିଲେ । ଏଥିଲାଗି ଦାୟୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁନୀଳା ଦାବି କରିଛନ୍ତି ।

Leave a Reply