ନୀତିଶଙ୍କୁ ଚିରାଗ ପାଶୱାନଙ୍କ କଡ଼ା ସମାଲୋଚନା, କହିଲେ ଶାସନର ଶେଷ ସମୟ ଆସିଗଲାଣି

1 min read

ପାଟନା: ଆଉ ମାତ୍ର ୩ ଦିନ ପରେ ବିହାର ବିଧାନସଭା ନିର୍ବାଚନ ଆରମ୍ଭ ହେବ । ଦିନ ଗଡ଼ିବା ସହ ବିହାର ରାଜନୀତି ଜୋର ଧରିବାରେ ଲାଗିଛି । ଦିନକୁ ଦିନ ନିର୍ବାଚନରେ ପରସ୍ପର ଦୋଷାରୋପ ଦୃଶ୍ୟ ବଢି ଚାଲିଛି । ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାଶୱାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସମାଲୋଚନା କରିବା ପାଇଁ କୌଣସି ସୁଯୋଗ ଛାଡୁନାହାନ୍ତି ।ସେହିକ୍ରମରେ ରବିବାର ଚିରାଗ ମନଇଚ୍ଛା ନୀତିଶଙ୍କ ଉପରେ ବର୍ଷିଛନ୍ତି ।

nitish bjp ljp

ବକ୍ସର ଅଞ୍ଚଳର ଏକ ରାଜନୈତିକ ସଭାରେ ଯୋଗ ଦେଇ ଚିରାଗ କହିଥିଲେ ଯେ, ନୀତିଶ କୁମାରଙ୍କ ୭ ନିଶ୍ଚୟ କାର୍ଯ୍ୟକ୍ରମ ଭ୍ରଷ୍ଟାଚାରର ଅଡ୍ଡା । ଏଲଜେପି ସମର୍ଥନରେ କିମ୍ବା ଏଲଜେପିର ସରକାର ଆସିଲେ, ପ୍ରଥମେ ଏହି ଦୁର୍ନୀତିର ତଦନ୍ତ କରାଯିବ । ଏଥିରେ ସଂପୃକ୍ତ ଥିବା ରାଜନେତା ଏବଂ ଅଫିସରମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । କେହି ଅଧିକାରୀ ତଦନ୍ତରୁ ବଞ୍ଚିବେ ନାହିଁ ବୋଲି ଚିରାଗ କହିଛନ୍ତି ।

ସେହିପରି ଆଉ ଏକ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି-ନୀତିଶଙ୍କୁ ଛିଗୁଲେଇବା । ବିହାରରେ ବହୁଳ ପ୍ରସାରିତ ୩ରୁ ୪ଟି ହିନ୍ଦୀ ଖବର କାଗଜ ପୃଷ୍ଠାରେ ଭାଜପାର ବିଜ୍ଞାପନ । ଭାଜପା ଏହି ବିଜ୍ଞାପନରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି ରଖିଛି । ନୀତିଶଙ୍କ ଛବି ହିଁ ନାହିଁ । ଏନଡିଏ ବୋଲି ଉଲ୍ଲେଖ ରହିଛି, ହେଲେ ନୀତିଶଙ୍କୁ ବାଦ୍ ଦିଆଯାଇଛି । ଏହି ବିଜ୍ଞାପନକୁ ନେଇ ଟୁଇଟରରେ ଚିରାଗ ନୀତିଶଙ୍କ କୁଶାସନର ଅନ୍ତ ସମୟ ଆସିଗଲାଣି ବୋଲି କହିଛନ୍ତି ।

ୟୁପିରେ ରାମ ମନ୍ଦିର ହେଉଛି । ବିହାର ସୀତାମଢି ଜିଲା ମା ସୀତୀଙ୍କ ମନ୍ଦିର ସପକ୍ଷରେ ମତ ରଖିଛନ୍ତି ଚିରାଗ । ସେହିପରି ବିଭିନ୍ନ ମହାପୁରୁଷଙ୍କ ଜନ୍ମସ୍ଥାନକୁ ସର୍କିଟ ମାଧ୍ୟମରେ ଯୋଡାଯିବା ନେଇ କାର୍ଯ୍ୟ କରାଯିବ ବୋଲି ଚିରାଗ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।

 

Leave a Reply