ନୀତିଶଙ୍କୁ ଚିରାଗ ପାଶୱାନଙ୍କ କଡ଼ା ସମାଲୋଚନା, କହିଲେ ଶାସନର ଶେଷ ସମୟ ଆସିଗଲାଣି
1 min readପାଟନା: ଆଉ ମାତ୍ର ୩ ଦିନ ପରେ ବିହାର ବିଧାନସଭା ନିର୍ବାଚନ ଆରମ୍ଭ ହେବ । ଦିନ ଗଡ଼ିବା ସହ ବିହାର ରାଜନୀତି ଜୋର ଧରିବାରେ ଲାଗିଛି । ଦିନକୁ ଦିନ ନିର୍ବାଚନରେ ପରସ୍ପର ଦୋଷାରୋପ ଦୃଶ୍ୟ ବଢି ଚାଲିଛି । ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାଶୱାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସମାଲୋଚନା କରିବା ପାଇଁ କୌଣସି ସୁଯୋଗ ଛାଡୁନାହାନ୍ତି ।ସେହିକ୍ରମରେ ରବିବାର ଚିରାଗ ମନଇଚ୍ଛା ନୀତିଶଙ୍କ ଉପରେ ବର୍ଷିଛନ୍ତି ।
ବକ୍ସର ଅଞ୍ଚଳର ଏକ ରାଜନୈତିକ ସଭାରେ ଯୋଗ ଦେଇ ଚିରାଗ କହିଥିଲେ ଯେ, ନୀତିଶ କୁମାରଙ୍କ ୭ ନିଶ୍ଚୟ କାର୍ଯ୍ୟକ୍ରମ ଭ୍ରଷ୍ଟାଚାରର ଅଡ୍ଡା । ଏଲଜେପି ସମର୍ଥନରେ କିମ୍ବା ଏଲଜେପିର ସରକାର ଆସିଲେ, ପ୍ରଥମେ ଏହି ଦୁର୍ନୀତିର ତଦନ୍ତ କରାଯିବ । ଏଥିରେ ସଂପୃକ୍ତ ଥିବା ରାଜନେତା ଏବଂ ଅଫିସରମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । କେହି ଅଧିକାରୀ ତଦନ୍ତରୁ ବଞ୍ଚିବେ ନାହିଁ ବୋଲି ଚିରାଗ କହିଛନ୍ତି ।
#WATCH Chirag Paswan is making a promise to you today – the corruption in '7 Nischay' (scheme) will be probed when LJP comes to power & those at fault, whether it is CM or any official, will be sent to jail: LJP chief Chirag Paswan at a campaign in Dumraon, Buxar#BiharElections pic.twitter.com/emtgyvtTdA
— ANI (@ANI) October 25, 2020
ସେହିପରି ଆଉ ଏକ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି-ନୀତିଶଙ୍କୁ ଛିଗୁଲେଇବା । ବିହାରରେ ବହୁଳ ପ୍ରସାରିତ ୩ରୁ ୪ଟି ହିନ୍ଦୀ ଖବର କାଗଜ ପୃଷ୍ଠାରେ ଭାଜପାର ବିଜ୍ଞାପନ । ଭାଜପା ଏହି ବିଜ୍ଞାପନରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି ରଖିଛି । ନୀତିଶଙ୍କ ଛବି ହିଁ ନାହିଁ । ଏନଡିଏ ବୋଲି ଉଲ୍ଲେଖ ରହିଛି, ହେଲେ ନୀତିଶଙ୍କୁ ବାଦ୍ ଦିଆଯାଇଛି । ଏହି ବିଜ୍ଞାପନକୁ ନେଇ ଟୁଇଟରରେ ଚିରାଗ ନୀତିଶଙ୍କ କୁଶାସନର ଅନ୍ତ ସମୟ ଆସିଗଲାଣି ବୋଲି କହିଛନ୍ତି ।
आदरणीय @NitishKumar जी को प्रमाण पत्र की आवश्यकता ख़त्म होती नहीं दिख रही है।@BJP4India के साथीयों का @NitishKumar जी को पुरे पन्ने का विज्ञापन और प्रमाणपत्र देने के लिए शुक्रगुज़ार होना चाहिए और जिस तरीक़े से भाजपा गठबंधन के लिए ईमानदार है वैसे ही नीतीश जी को भी होना चाहिए। pic.twitter.com/H6462s6vq1
— युवा बिहारी चिराग पासवान (@iChiragPaswan) October 25, 2020
ୟୁପିରେ ରାମ ମନ୍ଦିର ହେଉଛି । ବିହାର ସୀତାମଢି ଜିଲା ମା ସୀତୀଙ୍କ ମନ୍ଦିର ସପକ୍ଷରେ ମତ ରଖିଛନ୍ତି ଚିରାଗ । ସେହିପରି ବିଭିନ୍ନ ମହାପୁରୁଷଙ୍କ ଜନ୍ମସ୍ଥାନକୁ ସର୍କିଟ ମାଧ୍ୟମରେ ଯୋଡାଯିବା ନେଇ କାର୍ଯ୍ୟ କରାଯିବ ବୋଲି ଚିରାଗ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।