କରୋନା ହେଇଛି କହି ବିଧାନସଭାରେ ଅନୁପସ୍ଥିତ ରୁହ, କାହାକୁ ଏମିତି କହିଲେ ଲାଲୁ ?
1 min readପାଟନା: ରାଷ୍ଟ୍ରୀୟ ଜନତା ଦଳର ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି ।
ସୂଚନା ଅନୁଯାୟୀ ବିହାର ବିଧାନସଭାର ବାଚସ୍ପତି ଚୟନ କରାଯିବାକୁ ଥିବା ବେଳେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଏଭଳି ସମୟରେ ଜେଲ୍ ଭିତରେ ରହି ଲାଲୁ ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକ ଲଲନ ପାସଓ୍ୱାନଙ୍କୁ ଫୋନ୍ କରି ତାଙ୍କ ଆଡକୁ ଯିବା ପାଇଁ ପ୍ରଲୋଭନ ଦେଉଥିବା ସୁଶିଲ ଅଭିଯୋଗ କରିଛନ୍ତି ।
लालू यादव ने दिखाई अपनी असलियत
लालू प्रसाद यादव द्वारा NDA के विधायक को बिहार विधान सभा अध्यक्ष के लिए होने वाले चुनाव में महागठबंधन के पक्ष में मतदान करने हेतु प्रलोभन देते हुए। pic.twitter.com/LS9968q7pl
— Sushil Kumar Modi (मोदी का परिवार ) (@SushilModi) November 25, 2020
ସୁଶିଲ ଏକ ଅଡିଓ ଟେପ୍ ଜାରି କରି ଏହି ଦାବି କରିଛନ୍ତି । ତାଙ୍କ ଦାବି ଅନୁଯାୟୀ ଲାଲୁ ଜେଲ୍ ଭିତରେ ରହି ଭାରତୀୟ ଜନତା ପାର୍ଟିର ବିଧାୟକ ଲଲନ ପାସଓ୍ୱାନଙ୍କୁ ଫୋନ୍ କରିଥିଲେ । ଏଥିସହିତ ମନ୍ତ୍ରୀ ପଦ ଯାଚିବା ସହ ତାଙ୍କ ଆଡକୁ ଯିବାପାଇଁ କହିଛନ୍ତି ।
ତେବେ ବିହାରର ପିରେପନ୍ତୀ ବିଧାନସଭା ଆସନର ବିଧାୟକ ହେଉଛନ୍ତି ଲଲନ ପାସଓ୍ୱାନ ।
ଅଡିଓରେ କ’ଣ ରହିଛି?
ସୁଶିଲ ମୋଦି ଜାରି କରିଥିବା ଅଡିଓ ଅନୁଯାୟୀ ଲାଲୁ ବିଜେପିର ବିଧାୟକଙ୍କୁ କହୁଛନ୍ତି ଯେ ବାଚସ୍ପତି ନିର୍ବାଚନ ବେଳେ ଗୃହରେ ଅନୁପସ୍ଥିତ ରହିବା ପାଇଁ । ଯାହାର ଜବାବରେ ବିଧାୟକ ଜଣକ କହୁଛନ୍ତି ‘‘ମୁଁ ଦଳରେ ଅଛି, ଏମିତି କଲେ ଅସୁବିଧା ହେବ’’ ।