ମେସିନରେ ପ୍ଲାଷ୍ଟିକ ପୂରାଇଲେ ବାହାରୁଛି ପେଟ୍ରୋଲ

1 min read

ମୁଜାଫରନଗର: ପ୍ଲାଷ୍ଟିକରୁ ବାହାରୁଛି ପେଟ୍ରୋଲ । ଯଦି ଆମେ କହିବୁ କି ବିହାରରେ ଏମିତି ଏକ ମେସିନ ଲଗାଯାଇଛି ଯେଉଁଥିରେ ଆପଣ ଗୋଟିଏ ପାର୍ଶ୍ବରେ ପ୍ଲାଷ୍ଟିକ ରଖିବେ ଏବଂ ଅପର ପାର୍ଶ୍ବରେ ପେଟ୍ରୋଲ ବାହାରିବ । ଏହି କଥା ହୁଏତ ଆପଣଙ୍କୁ ମଜା ଲାଗୁଥିବା । କିନ୍ତୁ ମଜ୍ଜା ଲାଗିଲେ ବି ଏହା ସତ । ବିହାରର ମୁଜାଫରନଗରରେ ଏହି ମେସିନରୁ ପେଟ୍ରୋଲ ବାହାରିବା ଆରମ୍ଭ ହୋଇଛି । ସବୁଠାରୁ ବଡ଼ କଥା ହେଉଛି କେବଳ ୬ ଟଙ୍କାର ପ୍ଲାଷ୍ଟିକ ଆବର୍ଜନାରୁ ୭୯ ଟଙ୍କାର ପେଟ୍ରୋଲ-ଡିଜେଲ ହେଉଛି । ତେବେ ପ୍ଲାଷ୍ଟିକରୁ ପେଟ୍ରୋଲ-ଡିଜେଲ ବାହାର କରୁଥିବା ମେସିନର ଉଦଘାଟନ୍ କରିଥିଲେ ବିହାରର ରାଜସ୍ବ ଓ ଭୂମି ସୁଧାର ମନ୍ତ୍ରୀ ରାମସୁରତ ରାୟ । ତେବେ ଏହି ୟୁନିଟ ହେଉଛି ଦେଶର ପ୍ରଥମ ପ୍ଲାଣ୍ଟ ଯେଉଁଠାରେ ପ୍ଲାଷ୍ଟିକରୁ ପେଟ୍ରୋଲିୟମ ପ୍ରଡକ୍ଟ ତିଆରି ହେଉଛି । ତେବେ ଉଦଘାଟନ କରିବା ସହ ମନ୍ତ୍ରୀ ୧୦ ଲିଟର ଡିଜେଲ ମଧ୍ୟ କିଣିଥିଲେ । ତେବେ ଏହି ପ୍ଲାଣ୍ଟ ଦେଖିବା ପାଇଁ ସେହି ସ୍ଥାନରେ ସାଧାରଣ ଲୋକଙ୍କ ଭିଡ଼ ଜମିଥିଲା ଏବଂ କିପରି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ପେଟ୍ରୋଲ ତିଆରି ହେଉଛି ତାହା ଜାଣିବା ପାଇଁ ସାଧାରଣ ଲୋକ ବେଶ୍ ଉତ୍ସାହିତ ଥିଲେ ।

ତେବେ ଏହି ପ୍ଲାଣ୍ଟ ଲଗାଇଥିବା ଗ୍ରାଭିଟି ଏଗ୍ରୋ ଆଣ୍ଡ ଏନର୍ଜିର ସିଇଓ ଆଶୁତୋଷ ମଙ୍ଗଳମଙ୍କ ଅନୁସାରେ ଏହି ଫ୍ୟାକ୍ଟ୍ରରେ ପ୍ରତିଦିନ ୨୦୦  କିଲୋଗ୍ରାମ ପ୍ଲାଷ୍ଟିକରୁ ୧୩୦ ଲିଟର ପେଟ୍ରୋଲ ଓ ୧୫୦ ଲିଟର ଡିଜେଲ  ତିଆରି ହେଉଛି । ପ୍ରଥମତଃ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ବ୍ୟୁଟେନରେ ପରିଣତ ହୁଏ । ତେବେ ଏହି ପ୍ରକ୍ରିୟା ପରେ ବ୍ୟୁଟେନକୁ ଆଇସୋ ଅକଟେନରେ ପରିଣତ କରାଯାଏ । ଏହା ପରେ ମେସିନରେ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରି ଏବଂ ତାପମାତ୍ରରୁ ଆଇସୋ ଅକଟେନରୁ ଡିଜେଲ ଓ ପେଟ୍ରୋଲ ତିଆରି କରାଯାଏ । ୪୦୦ ଡିଗ୍ରୀ ସେଲସିୟସ ତାପମାତ୍ରାରୁ ଡିଜେଲ ତିଆରି ହେଉଥିବା ବେଳେ ୮୦୦  ଡିଗ୍ରୀ ସେଲସିୟସ ତାପମାତ୍ରାରୁ ପେଟ୍ରୋଲ ତିଆରି ହେଉଛି ।

ଡେରଡୁନରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋଲିୟମରେ ଡିଜେଲ ଓ ପେଟ୍ରୋଲର ସଫଳ ପରୀକ୍ଷଣ କରାଯାଇଛି । ଏହି ପେଟ୍ରୋଲ ଓ ଡିଜେଲରେ ଅଧିକ ପରିମାଣରେ ଅକ୍ଟେନ ଥିବାରୁ ଏହାର ମାଇଲେଜ ମଧ୍ୟ ବେଶ୍ ଅଧିକ ରହିଛି । ତେବେ ଏହି ପୂରା ପ୍ରକ୍ରିୟା ପାଇଁ ୮ ଘଣ୍ଟା ସମୟ ଲାଗିଥାଏ । ତେବେ ଏହି ୟୁନିଟରେ ତିଆରି ହୋଇଥିବା ଡିଜେଲ-ପେଟ୍ରୋଲ ଚାଷୀମାନଙ୍କ ଦିଆଯିବ । ଏହି ୟୁନିଟରେ ପ୍ରସ୍ତୁତ ହେଉଥିବା ପେଟ୍ରୋଲ ଡିଜେଲ ପ୍ରତି ଲିଟର ପିଛା ୭୦ ଟଙ୍କାରେ ବିକ୍ରି କରାଯିବ । ଏହି ପ୍ଲାଣ୍ଟରେ ପ୍ରଥମ ଦିନରେ ୪୦ କିଲୋଗ୍ରାମ ପ୍ଲାଷ୍ଟିକରୁ ୩୭ ଲିଟର ଡିଜେଲ ତିଆରି ହୋଇଥିଲା ।

Leave a Reply