spot_img

Latest Posts

ଆଶାୟୀ ପ୍ରାର୍ଥୀମାନଙ୍କୁ ଟିକଟ ବାଣ୍ଟିବା ପରେ ଫେରାଇବାକୁ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ : ବିଧାନସଭା ନିର୍ବାଚନକୁ ନେଇ ବିହାରରେ ଘଡ଼ିକେ ଘୋଡ଼ା ଛୁଟୁଛି। ଆଶାୟୀ ପ୍ରାର୍ଥୀମାନଙ୍କୁ ଟିକଟ ବାଣ୍ଟିବା ପରେ ଆରଜେଡି ସେହି ଟିକେଟ ସବୁ ଫେରାଇ ଦେବାକୁ କହିଛିି। ଏହାକୁ ନେଇ ଦଳରେ ଲାଗି ରହିଛି ଦ୍ଵନ୍ଦ୍ଵ। ଗତ ରାତିରେ ହିଁ ଟିକଟ ବଣ୍ଟା ଯାଇଥିଲା। କିଛି ପରେ ହିଁ ସମସ୍ତଙ୍କୁ ଫୋନ ଯାଇଥିଲା, ଟିକଟ ଫେରାଇ ଦିଅ। ଏହାର କାରଣ ସଂପର୍କରେ ଆରଜେଡି ନେତା ବି କିଛି ଜାଣି ପାରୁ ନାହାନ୍ତି। ସିଟ ଭାଗବଣ୍ଟା ପାଇଁ ଲାଲୁ ଓ ତେଜସ୍ଵୀ ଯାଦବ ଦିଲ୍ଲୀ ଯାଇଥିଲେ। ଗତକାଲି ସଂଧ୍ୟାରେ ଦିଲ୍ଲୀରୁ ଲାଲୁ ଯାଦବ ଫେରିବା ପରେ ଆଶାୟୀଙ୍କୁ ଡାକି ଟିକଟ ଦିଆଯାଇଥିଲା।

କିଛି ସମୟ ପରେ ଦିଲ୍ଲୀରୁ ଫେରି ପାଟନା ବାସଭବନରେ ପହଞ୍ଚିଥିଲେ ତେଜସ୍ଵୀ ଯାଦବ। ଏହା ପରେ ପରେ ଯେଉଁମାନଙ୍କୁ ଟିକଟ ଦିଆଯାଇଥିଲା, ସମସ୍ତଙ୍କୁ ଫୋନ ଯାଇଥିଲା ଓ ଟିକଟ ଫେରାଇ ଦେବାକୁ କୁହାଯାଇଥିଲା। ମହାଗଠବନ୍ଧନର ଏଯାଏ ସିଟ୍ ବଣ୍ଟନ ହୋଇନାହିଁ। ଏହାକୁ ନେଇ ସମସ୍ଯା ଥିବା କୁହାଯାଉଛି। ମହାଗଠନବନ୍ଧନରେ ଅଛନ୍ତି ଆରଜେଡି, କଂଗ୍ରେସ, ବାମମେଣ୍ଟ, ବିକାଶଶୀଳ ଇନସାନ ପାର୍ଟି, ଜେଏମଏମ୍ ଓ RLJP । ସେପଟେ ଏନଡିଏ ମେଣ୍ଟର ଭାଗବଣ୍ଟା ସରିଛି ଏବଂ ସେମାନେ ନିର୍ବାଚନରେ ମାତିଲେଣି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ। ନଭେମ୍ବର ୬ ଓ ନଭେମ୍ବର ୧୧ରେ। ୧୪ ତାରିଖରେ ବାହାରିବ ରେଜଲ୍ଟ।

Latest Posts

Don't Miss