spot_img

Latest Posts

ନିର୍ବାଚନ ଫଳାଫଳ ପୂର୍ବରୁ ପାଟନାରେ ଲାଗିଲା ‘ଟାଇଗର ଅଭି ଜିନ୍ଦା ହେ’ ପୋଷ୍ଟର

ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ପ୍ରକାଶ ପାଇବାକୁ ଯାଉଛି ବିହାରର ନିର୍ବାଚନୀ ଫଳାଫଳ । ବୁଥ ବାହୁଡ଼ା ମତ ବା ଏଗଜିଟ୍ ପୋଲ୍ ଏନଡିଏ ସପକ୍ଷରେ ଯାଇଛି । ତେ   ବେ ପୁଣିଥରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି । ପାଟନାର ୟୁନାଇଟେଡ କାର୍ଯ୍ୟାଳୟ ବାହାରେ ଏକ ପୋଷ୍ଟର ଲାଗିଛି । ଯେଉଁଥିରେ ନୀତିଶ କୁମାର ଏବଂ ପୂର୍ବତନ ମନ୍ତ୍ରୀ ରଞ୍ଜିତ ସିହ୍ନାଙ୍କ ଫଟୋ ରହିଛି । ଏଥିରେ ଲେଖା ରହିଛି କି, ଟାଇଗର ଅଭି ଜିନ୍ଦା ହେ । ଚତୁର୍ଥ ଥର ଲାଗି ବିହାରର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ନୀତିଶ କୁମାର । ଏଣୁ ତାଙ୍କ ଉଦ୍ଦେଶ୍ୟରେ ଏଭଳି ପୋଷ୍ଟ ଲଗାଯାଇଥିବା କୁହାଯାଉଛି ।

ଚଳିତ ନିର୍ବାଚନରେ ଏନଡିଏ ସମର୍ଥିତ ଦଳ ପକ୍ଷରୁ କିଏ ମୁଖ୍ୟମନ୍ତ୍ରୀ ହେବେ ଏହାକୁ ନେଇ କୌଣସି ଘୋଷଣା ହୋଇନଥିଲା । ବିଳମ୍ବରେ ଘୋଷଣା କରିଥିଲେ ଅମିତ ଶାହ । ସେ ନୀତିଶଙ୍କ ନାମ ନେଇଥିବାବେଳେ ପୂର୍ବରୁ ବାରମ୍ବାର ତେଜସ୍ବୀ ଏହାକୁ ଟାର୍ଗେଟ କରିଥିଲେ । ସେ ଏହା ମଧ୍ୟ କହିଥିଲେ କି, ନୀତିଶ କେବେ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେ ନାହିଁ । ଏହାସହ ସେ କହିଥିଲେ କି, ନୀତିଶ ଜେଡିୟୁ ନୁହେଁ ବରଂ ବିଜେପି ନେତାଙ୍କ କଥାରେ ପରିଚାଳିତ ହେଉଛନ୍ତି ।

Latest Posts

Don't Miss