spot_img

Latest Posts

ଆଜି ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ

ନନ୍ଦିଘୋଷ ବ୍ୟୁରୋ : ଆଜି ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ। ଅପରାହ୍ଣ ୪ଟାରେ ହେବ ତାରିଖ ଘୋଷଣା। ଦିଲ୍ଲୀ ବିଜ୍ଞାନ ଭବନରେ ନିର୍ବାଚନ କମିଶନଙ୍କ ଆଜି କରିବେ ପ୍ରେସମିଟ। ଏହା ସହ ଓଡ଼ିଶାର ନୂଆପଡ଼ା ସମେତ ବିଭିନ୍ନ ରାଜ୍ୟର ଉପନିର୍ବାଚନ ଲାଗି ମଧ୍ୟ ହୋଇପାରେ ତାରିଖ ଘୋଷଣା।

ବିହାର ବିଧାନସଭା ନିର୍ବାଚନ ନେଇ ଗତକାଲି ସରିଛି ଇସିଆଇଙ୍କ ସ୍ଥିତି ସମୀକ୍ଷା। ଗତ ୨ ଦିନ ଧରି  ସ୍ଥିତି ସମୀକ୍ଷା କରିଥିଲେ ନିର୍ବାଚନ କମିଶନ। ଏସଆଇଆର ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯଦି କୌଣସି ରାଜନୈତିକ ଦଳ ଆଶଙ୍କା କରନ୍ତି କୌଣସି ନାମ ବାଦ୍ ପଡିଛି ତେବେ ସେମାନେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ। ବିହାର ବିଧାନସଭା ନିର୍ବାଚନ ଲାଗି ୧୭ଟି ନୂଆ ପଦକ୍ଷେପ ନିଆଯାଇଛି। ପୋଲିଂ ଷ୍ଟେସନରେ ଯେପରି ଅଧିକ ଭିଡ ହେବ ନାହିଁ, ଲମ୍ବା ଲାଇନ ଲାଗିବ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ଭୋଟ ଗ୍ରହଣ କେନ୍ଦ୍ର ନିକଟରେ ମୋବାଇଲ ଫୋନ ଜମା କରିବା ଲାଗି ବି ବ୍ୟବସ୍ଥା ହେବ। ନୂଆ ବ୍ୟବସ୍ଥା ଅନୁସାରେ ଇଭିଏମରେ ବାଲଟ ପେପର ଇନସର୍ଟ କରିବା ପରେ ସିରିୟଲ ନମ୍ବର ବଡ଼ ଆକାରରେ ଦିଶିବ। ପ୍ରାର୍ଥୀଙ୍କ ଫଟୋ ରଙ୍ଗିନ ଆକାରରେ ଦିଶିବ।  ନିର୍ବାଚନ ପ୍ରସ୍ତୁତି ବେଳେ ଜ୍ଞାନେଶଙ୍କ ସହ ଉପସ୍ଥିତ ଥିଲେ ଅନ୍ୟ ଦୁଇ କମିଶନର ସୁଖବୀର ସିଂ ସାନ୍ଧୁ ଓ ବିବେକ ଯୋଶୀ। ବିହାରରେ ନିର୍ବାଚନ ସ୍ଥିତି ସମୀକ୍ଷା କରିବା ଲାଗି ଶନିବାର ପାଟନା ଗସ୍ତ କରିଥିଲେ କମିଶନ। ସମୀକ୍ଷା ବୈଠକରେ ସମସ୍ତ ଜିଲ୍ଲାର ବୁଥସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ। ବିହାର ଏସଆଇଆର ବେଳେ ୯୦ ହଜାର ବିଏଲଓ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ। ଗୋଟିଏ ପୋଲିଂ ଷ୍ଟେସନରେ ସର୍ବାଧିକ ୧୨ଶହ ଭୋଟର ଭୋଟ ଦେବା ବ୍ଯବସ୍ଥା ରହିବ।

Latest Posts

Don't Miss