ଚର୍ଚ୍ଚାରେ ରୋହିଣୀଙ୍କ ଟ୍ବିଟ୍, ବିହାରରେ ନୀତିଶ-ତେଜସ୍ୱୀ କଟି

1 min read

ପାଟନା: ଲୋକସଭା ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ଦଳଙ୍କ ଗତିବିଧି ଭିନ୍ନ ହେବାକୁ ଲାଗୁଛି । ବିହାରର ଦାଦା-ପୁତୁରା ଭାବେ ବେଶ ପରିଚିତ ଲାଲୁ ଯାଦବଙ୍କ ପୁଅ ତେଜସ୍ବୀ ଏବଂ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ମଧ୍ୟରେ ଥିବା ସମ୍ପର୍କ ସମସ୍ତଙ୍କୁ ବେଶ ଭଲଭାବେ ଜଣା । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପଡ଼ୁନଥିବା ଦେଖିବାକୁ ମିଳିଛି । ତେଜସ୍ବୀଙ୍କ ଭଉଣୀ କରିଥିବା ତିନୋଟି ଟ୍ବିଟରୁ ସବୁକିଛି ସ୍ପଷ୍ଟଭାବେ ଜଣାପଡ଼ି ଯାଉଛି । ବିହାରରେ ଏବେ ନୀତିଶ ଏବଂ ତେଜସ୍ବୀଙ୍କ ସମ୍ପର୍କ ଭଲ ଚାଲିନାହିଁ ।

ବିହାରରେ ୨୦ ମିନିଟ ପାଇଁ ବସିଥିବା କ୍ୟାବିନେଟ ବୈଠକରେ ସେମାନଙ୍କ ମଧ୍ୟରେ ଥିବା ଫାଟ ପଦାରେ ପଡ଼ିଛି । ଯାହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଝୀ ମଧ୍ୟ ଏକ ଟ୍ବିଟ୍ କରିଛନ୍ତି । ସେ ଟ୍ବିଟରେ କହିଥିଲେ କି, ନୀତିଶ ଏବଂ ତେଜସ୍ବୀଙ୍କ ମଧ୍ୟରେ ପଡ଼ୁନାହିଁ ବୋଲି ଇଶାରା କରିଥିଲେ । ଏହାପରେ ରୋହିଣୀଙ୍କ ତିନୋଟି ଟ୍ବିଟ୍ ଆହୁରି ବିବାହ ରାଜନୀତିରେ ଚର୍ଚ୍ଚା ବଢ଼ାଇ ଦେଇଛି । ସେ କରିଥିବା ତିନୋଟି ଯାକ ଟ୍ବିଟରେ ନୀତିଶ ନାମ ନନେଇ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି କି, ନିଜକୁ ନଦେଖି କିଛି ଲୋକ ଅନ୍ୟଲୋକଙ୍କ ଉପଣେ କାଦୁଅ ଫୋପାଡ଼ନ୍ତି । ଅନ୍ୟପଟେ ଲେଖିଛନ୍ତି କି, କିଛି ଲୋକ ନିଜର ଭୁଲକୁ ଦେଖ, ଆଇନର ନିୟମକୁ କିଏ ଅଣଦେଖା କରିପାରିବ । ଏଭଳିଭାବେ ଟାର୍ଗେଟ କରି ଲେଖି ଥିବରାବେଳେ ବିହାର ରାଜନୀତି ସରଗରମ ହେବାରେ ଲାଗିଛି ।