ନିତିଶଙ୍କ ସହ ଚିରାଗଙ୍କ ଭେଟକୁ ନେଇ ଚର୍ଚ୍ଚା, ଜାଣନ୍ତୁ ଏହା ପଛର ବଡ଼ କାରଣ..

ନନ୍ଦିଘୋଷ ବ୍ୟୁରୋ: ବିହାର ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା ଏବେ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି । ସମସ୍ତ ରାଜନୈତିକ ଦଳ ସରକାରକୁ ଆସିବା ପାଇଁ ନିଜର ଯୋଜନା ଚଳାଉଥିବାବେଳେ ଏଲଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ବାନ ମୁଖ୍ୟମନ୍ତ୍ରୀଙ୍କ ନୀତିଶ କୁମାରଙ୍କୁ ଭେଟିଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ଏହି ଚର୍ଚ୍ଚା ଭିତରେ ଚିରାଗଙ୍କ ପ୍ରତିକ୍ରିୟା ଆହୁରି ବଢ଼ାଇ ଦେଇଛି । ସେ କହିଛନ୍ତି କି, ମୋତେ ବିହାର ଡାକିଛି ।

ତେବେ ଚିରାଗ ପାଶଓ୍ବାନ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ବିହାର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଏନଡିଏ ପକ୍ଷରୁ ଚିରାଗ ପାଶଓ୍ବାନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଆସିବେ ବୋଲି କୁହାଯାଉଛି । ଏପରିକି ପାଟନାରେ ମଧ୍ୟ ଅନେକ ପୋଷ୍ଟର ଏଭଳି ମରାଯାଇଛି । ଯାହାକୁ ନେଇ କୁହାଯାଉଛି କି, ଆସନ ଭାଗବଣ୍ଟା ନେଇ ଉଭୟଙ୍କ ମଧ୍ୟରେ ଆଳୋଚନା ହୋଇଥିବ । ଏହାସହ ସିଧାସଳଖ ବିଜେପି ହାତକୁ ମୁଖ୍ୟମନ୍ତ୍ରୀ ନକରାଇବା ପାଇଁ ନୀତିଶ ଚଳାଉଥିବା ଯୋଜନା ମଧ୍ୟ ସଫଳ ହେବ ବୋଲି କୁହାଯାଉଛି ।