ବିରୋଧୀ ବିଧାୟକଙ୍କୁ ଠେଲି ବାହାର କଲେ ମାର୍ସଲ

ପାଟନା: ବିହାର ବିଧାନସଭାରେ ହାଇଡ୍ରାମା । ବିରୋଧୀ ବିଧାୟକଙ୍କୁ ଠେଲି ଠେଲି ବିଧାନସଭାରୁ ବାହାର କଲେ ମାର୍ସଲ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାର ବିଧାନସଭାରେ । ଆଉ ଏଥିରେ ଅନେକ ବିଧାୟକ ଆହତ ହୋଇଥିବା ସୂଚନା ମିଳିଛି।

ବିଧାନସଭାରେ ବିହାର ବିଶେଷ ସଶସ୍ତ୍ର ପୋଲିସ ବିଧେୟକ ୨୦୨୧ ବିରୋଧରେ ବିରୋଧୀ ମୋର୍ଚ୍ଚା ଖୋଲିଛନ୍ତି । ଏହି ବିଧେୟକଙ୍କୁ ବିରୋଧ କରି ଆଜି ଆରଜେଡି ବିଧାୟକମାନେ ବିଧାନସଭାର ଅଧ୍ୟକ୍ଷଙ୍କୁ ଘେରାଉ କରିଥିଲେ । ସ୍ଥିତି ଏଭଳି ହୋଇଥିଲା ଅଧ୍ୟକ୍ଷଙ୍କ ଚ୍ୟାମ୍ବର ବାହାରେ ବିଧାୟକମାନେ ଶୋଇ ରହିଥିଲେ। ଯାହାଫଳରେ ଉପସ୍ଥିତ ଥିବା ମାର୍ସଲ ବିଧାୟକମାନଙ୍କୁ ବାହାରକୁ ଛାଡି ଦେଇଥିଲେ । ଏହି ସମୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତେବେ ବିଧାନସଭାରେ ଏଭଳି ପରିସ୍ଥିତିକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ । ଆରଜେଡି ନେତା ତଥା ବିରୋଧୀ ଦଳନେତା ତେଜସ୍ୱୀ ଯାଦବ ତମାମ ଘଟଣାକୁ ନିନ୍ଦା କରିବା ସହ ବିଧେୟକ ଫେରାଇ ନେବା ପାଇଁ ଦାବି କରିଛନ୍ତି । ଏହାକୁ ନେଇ ଆଜି ପାଟନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଆରଜେଡି ନେତା ଓ କର୍ମୀ ।

Leave a Reply