ବ୍ୟାଙ୍କର ଭୁଲ୍ ଯୋଗୁଁ ଖାତାକୁ ଆସିଲା ୫.୫ ଲକ୍ଷ ଟଙ୍କା, ଗ୍ରାହକ କହିଲେ ଫେରାଇବିନି ‘ମୋଦି ପଠାଇଛନ୍ତି’

Businessman taking pile of money, Indian Rupee banknotes, on his desk in a dark office - corruption concept

ଖଗାଡିଆ: ବିହାରର ଖଗାଡିଆ ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି, ଯାହାକୁ ଶୁଣିଲେ ଯେକେହିବି ଚକିତ ହୋଇପଡିବେ । ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଅଚାନକ ସାଢେ ୫ ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଥିଲା। ଆକାଉଣ୍ଟରେ ଏତେ ଟଙ୍କା ଥିବା ଦେଖି ବ୍ୟକ୍ତି ଜଣକ ସବୁ ଅର୍ଥରାଶି ଉଠାଇ ତାକୁ ଖର୍ଚ୍ଚ କରିବାରେ ଲାଗିଥିଲା ।

Black Money

ସୂଚନା ମୁତାବକ, ବ୍ୟାଙ୍କର ଭୁଲ୍ ପାଇଁ ବିପୁଳ ପରିମାଣର ଟଙ୍କା ରଞ୍ଜିତ ଦାସଙ୍କ ଆକାଉଣ୍ଟରେ ଡିପୋଜିଟ୍ ହୋଇଯାଇଥିଲା । ସାଢେ ୫ ଲକ୍ଷ ଟଙ୍କା ଭୁଲରେ ପଳାଇଥିବା ଜାଣିବା ପରେ ବ୍ୟାଙ୍କ ପକ୍ଷରୁ ରଞ୍ଜିତଙ୍କ ସହ ଯୋଗାଯୋଗ କରାଯାଇ ତାଙ୍କୁ ଟଙ୍କା ଫେରାଇବାକୁ କୁହାଯାଇଥିଲା। ସେ ଟଙ୍କା ଫେରାଇବାକୁ ମନା କରିବା ସହ ଏହି ଟଙ୍କା ମୋଦି ସରକାର ପଠାଇଥିବା ଓଲଟା ଯୁକ୍ତି ବାଢିଥିଲେ ।

RBI Committee Recommends Promoters UP To 26 Percent Exemption In Private Bank

ତେବେ ଟଙ୍କା ଫେରସ୍ତ ପାଇଁ ବ୍ୟାଙ୍କ ପକ୍ଷରୁ ତାଙ୍କୁ ଅନେକ ନୋଟିସ୍ ମଧ୍ୟ ପଠାଯାଇଛି । ହେଲେ ସେ ସଫାସଫା ମନା କରିଦେଇଥିଲେ । ପରବର୍ତ୍ତୀ ସମୟରେ ବ୍ୟାଙ୍କ ପକ୍ଷରୁ ରଞ୍ଜିତଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଥିଲା । ଅଭିଯୋଗକୁ ଆଧାର କରି ପୋଲିସ ରଞ୍ଜିତଙ୍କୁ ଗିରଫ କରିବା ପରେ ଜେଲ୍ ପଠାଇଥିବା ଜଣାପଡିଛି ।

Leave a Reply