ଜେଡିୟୁ ନେତା ତନବୀର ଅଖତର୍ଙ୍କ ଦେହାନ୍ତ
1 min read
କରୋନା କବଳରେ ନେତା ଠୁ ରାଜନେତା । ଜଣଙ୍କ ପରେ ଜଣେ ରାଜନେତାଙ୍କର ପ୍ରାଣ ନେଲାଣି କରୋନା । ଆଉ ଏବେ ପୁଣି ଜଣେ ରାଜନେତା ଆରପାରିରେ । ଜେଡିୟୁ ନେତା ତଥା ବିଧାନ ପରିଷଦ ତନବୀର ଅଖତରଙ୍କ କରୋନାରେ ହୋଇଛି ମୃତ୍ୟୁ । କିଛିଦିନ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପାଟନାର ଏକ ହସ୍ପିଟାଲରେ ଭର୍ତି କରା୍ଯାଇଥିଲା । ଯେଉଁଠାରେ ସେ ଆଜି ମୃତ ବୋଲି ଜଣାପଡିଛନ୍ତି । ତନବୀର ଅଖତର ଜେଡିୟୁ ସଂଖ୍ୟାଲଘୁ ସେଲର ଦାୟିତ୍ୱରେ ଥିଲେ । ୨୦୧୬ ରେ ବିଧାନସଭା କୋଟାରୁ ତନବୀର ଅଖତର MLC ହୋଇଥିଲେ । ତେବେ ତାଙ୍କର କାର୍ଯ୍ୟକାଳ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ଥିଲା ।ତାଙ୍କର ମୃତ୍ୟୁ ଖବର ଶୁଣି ଅନେକ ନେତା ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିତିଶ କୁମାର ମଧ୍ୟ ଟୁଇଟ ଜରିଆରେ ଶୋକ ପ୍ରକାଶ କରିଛନ୍ତି । ଅଖତର ଜଣେ କୁଶଳୀ ରାଜନେତା ଥିଲେ ଓ ତାଙ୍କର ମୃତ୍ୟୁ ସାମାଜିକ ଓ ରାଜନୈାତିକି କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ଅନ୍ତିମ ସତ୍କାର ରାଜକୀୟ ସମ୍ମାନ ସହିତ କରା୍ଯିବା ଉଚିତ୍ ।