spot_img

Latest Posts

ବିହାର ମଦ ମୃତ୍ୟୁ ଘଟଣା; ମୃତକଙ୍କ ସଂଖ୍ୟା ୫୩ ଛୁଇଁଲା

ପାଟଣା: ବିହାର ମଦ ମୃତ୍ୟୁ ଘଟଣା । ଏବେସୁଦ୍ଧା ମୃତକଙ୍କ ସଂଖ୍ୟା ୫୩ ଛୁଇଁଥିବା ବେଳେ ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ବିଷାକ୍ତ ମଦ କାରବାରରେ ସମ୍ପୃକ୍ତି ନେଇ ପୋଲିସ ଛାନଭିନ ଚଳାଇଛି । ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି । ଟିମରେ ୩୧ ଜଣ ପୋଲିସ ଅଫିସର ଅଛନ୍ତି ।

ଏବେ ସୁଦ୍ଧା ପ୍ରାୟ ୧୨୬ ଜଣଙ୍କୁ ଗିରଫ କରିଛି ପୋଲିସ। ଘଟଣାରେ ସ୍ଥାନୀୟ ଥାନାର SHO ଓ ଅନ୍ୟ ଜଣଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ ବିଭାଗୀୟ ସ୍ତରରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ପରିଜନଙ୍କ ମୃତ୍ୟୁ ପରେ କାନ୍ଦବୋବାଳିରେ ଫାଟୁଛି ସାରଣ ଜିଲ୍ଲାର ଛାପରା ଗାଁ । କିଏ ପୁଅକୁ ହରାଇଥିବା ବେଳେ କିଏ ସ୍ବାମୀ ତ କିଏ ଭାଇକୁ ହରାଇଛି ।

ନକଲି ମଦ ବିକ୍ରିକୁ ନେଇ ଅସନ୍ତୋଷ ତେଜୁଥିବା ବେଳେ ନୀତୀଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ବିଧାନସଭାରେ ବିରୋଧୀ ଆଜି ବି ହୋହଲ୍ଲା କରିଥିବା ବେଳେ ସରକାର ନୀତି ଅନୁପାଳନ କରୁନଥିବା ଅଭିଯୋଗ କରିଛନ୍ତି। ଏହାଛଡ଼ା ମଦ ମୃତ୍ୟୁକୁ ନେଇ ରାଜ୍ୟପାଳଙ୍କ ବାସଭବନ ଆଗରେ ବିଜେପି ବିଧାୟକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେପଟେ ବିରୋଧୀ ଜାଣିଶୁଣି ଗୃହ ଚଳାଇ ଦେଉନଥିବା ଅଭିଯୋଗ କରିଛି ଶାସକ ଦଳ ।

Latest Posts

Don't Miss