ଭାରତର ଏହି ରାଜ୍ୟରେ ଲୁଚିଛି ସୁନା, ୨୨୨ ଲକ୍ଷ ଟନ ସୁନା ଭଣ୍ଡାର

ପାଟନା: ଭାରତର ସୁନା ଚଢେଇ ବିହାର  । ଏ କଥାଟା ଶୁଣିବାକୁ ଅଜବ ଲାଗୁଥାଇପାରେ  । କିନ୍ତୁ ଏହା ହିଁ ସତକଥା  । ବିହାରକୁ କାହିଁକି ଦେଶର ସୁନାଖଣି କୁହାଯାଏ ? ବିହାରରେ ଏତେମାତ୍ରାରେ ସୁନା ପୋତି ହୋଇ ରହିଛି ଯେ କେବଳ ଏହା ଖନନ କରିବା ବାକି ଅଛି  ।

ନ୍ୟାସନାଲ ମିନେରାଲ ଇଣ୍ଡଷ୍ଟ୍ରି ଡାଟା ଅନୁସାରେ ଏପ୍ରିଲ ୨୦୧୫ ସୁଦ୍ଧା ଦେଶରେ ୫୦୧.୮୩ ମିଲିଅନ ଟନ ସୁନା ଗଚ୍ଛିତ ହୋଇଥିଲା  । ଏଥିରୁ ୧୭.୨୨ ମିଲିଅନ ଟନ ସୁନା ରିଜର୍ଭ କାଟାଗୋରୀରେ ରଖାଯାଇଥିବା ବେଳେ ୪୮୪.୬୧ ମିଲିଅନ ଟନ ଶେଷ ସଂସାଧନ ଶ୍ରେଣୀରେ ରଖାଯାଇଥିଲା  ।ଭାରତରେ ସୁନାର ସବୁଠାରୁ ବଡ ସଂସାଧନ ବିହାରରେ (୪୪%) ରହିଛି  । ଏହାପରେ ରାଜସ୍ଥାନ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଝାଡଖଣ୍ଡରେ ରହିଛି  ।

ଜିଓଲଜିକାଲ ସର୍ଭେ ଅଫ ଇଣ୍ଡିଆ ଦ୍ବାରା କରାଯାଇଥିବା ସର୍ବେକ୍ଷଣ ଅନୁସାରେ ବିହାରର ଜମୁଇ ଜିଲ୍ଲାରେ ସର୍ବାଧିକ ସୁନା ରହିଛି  । ଜମୁଇ ଜିଲ୍ଲାରେ ୩୭.୬ ଟନ ଖଣିଜ ପଦାର୍ଥ ସମେତ ପାଖାପାଖି ୨୨୨.୮୮ ମିଲିଅନ ଟନ ସୁନା ଭଣ୍ଡାର ରହିଛି  । ଖାସ କଥା ହେଉଛି ଯେ ବିହାରରେ ୨୨୨.୮୮୫ ମିଲିଅନ ଟନ ସ୍ବର୍ଣ୍ଣ ଧାତୁ ରହିଛି ଯାହାକି ଦେଶର ସର୍ବମୋଟ ସୁନା ସଂରକ୍ଷଣର ୪୪ ପ୍ରତିଶତ ଅଟେ  ।

 

ଦ ହିନ୍ଦୁର ଏକ ରିପୋର୍ଟ ଅନୁସାରେ ବିହାର ସରକାର ଦେଶର ସବୁଠାରୁ ବଡ ସୁନା ଖାଦାନ ଖନନ କରିବା ପାଇଁ ବିଚାର କରିଛନ୍ତି  । ଏଠାରେ କହି ରଖୁଛୁ ଭାରତ ପ୍ରତିବର୍ଷ ପ୍ରବଳ ମାତ୍ରାରେ ସୁନା ଆମଦାନୀ କରୁଛି  ।