ବିହାର ନିର୍ବାଚନ: ବେକାରୀ ସମସ୍ୟାକୁ ପ୍ରସଙ୍ଗ କରିଛନ୍ତି ବିରୋଧୀ, ନୀତିଶଙ୍କ ଫାେକସ୍‌ରେ ମହିଳା ଭୋଟର

1 min read
Bihar Election

ବିହାର: ବିହାର ନିର୍ବାଚନରେ ବେକାରୀ ସମସ୍ୟା ହୋଇଛି ମୁଖ୍ୟ ପ୍ରସଙ୍ଗ । କ୍ଷମତା ବାହାରେ ଥିବା ରାଷ୍ଟ୍ରୀୟ ଜନତା ଦଳ ବା ଆର୍‌ଜେଡି ସରକାର ଗଢିବା ପାଇଁ ସମ୍ପୂର୍ଣ୍ଣ ଜୋର୍ ଲଗାଇଛି । ବିହାରବାସୀଙ୍କ ପାଇଁ ନୂଆ ବିହାର ନିର୍ମାଣ କରିବା ନାରା ଦେଇ ଘୋଷଣାପତ୍ର ଜାରି କରିଛି RJD । ଦଳ କ୍ଷମତାକୁ ଆସିଲେ ପ୍ରଥମ କ୍ୟାବିନେଟରେ ୧୦ ଲକ୍ଷ ଯୁବକଙ୍କୁ ରୋଜଗାର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତେଜସ୍ୱୀ ଯାଦବ ।

ଏଥିସହିତ ଚାଷୀଙ୍କ ଋଣ ଛାଡ଼, ବିହାରବାସୀଙ୍କ ପାଇଁ ୮୫ ପ୍ରତିଶତ ଆରକ୍ଷଣ, ଶିକ୍ଷା ପାଇଁ ୨୨ ପ୍ରତିଶତ ବଜେଟ୍ , କିଷାନ ଆୟୋଗ ଓ ବ୍ୟବସାୟିକ ଆୟୋଗ ଗଠନ, ନୂଆ ଉଦ୍ୟୋଗୀଙ୍କ ପାଇଁ ସମ୍ପୂର୍ଣ୍ଣ ଟ୍ୟାକ୍ସ ଛାଡ଼ ଓ ସମସ୍ତ ଗାଁରେ ସିସିଟିଭି ଲଗାଇବା ପାଇଁ ଦଳ ଘୋଷଣାପତ୍ରରେ ପ୍ରତିଶ୍ରୁତି ଦେଇଛି ।

ଅନ୍ୟପଟେ ମହିଳା ଭୋଟରଙ୍କ ଉପରେ ନଜର ପକାଇଛି କ୍ଷମତାରେ ଥିବା ନୀତିଶ କୁମାରଙ୍କ ଜେଡୟୁ । ମୁଖ୍ୟମନ୍ତ୍ରୀ ନିତୀଶ କୁମାର କହିଛନ୍ତି, ରାଜ୍ୟ ସରକାର ମହିଳାଙ୍କୁ ଅଗ୍ରାଧିକାର ଦେଉଛନ୍ତି । ମହିଳାଙ୍କୁ ସମ୍ମାନ ଦେବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ଯୋଜନା କରିଛନ୍ତି । ସେପଟେ ପୁଣି ବିହାରବାସୀଙ୍କୁ ଲାଲୁଙ୍କ ଜଙ୍ଗଲରାଜ କଥା ମନେ ପକାଇ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ।

ଖାଲି ସେତିକି ନୁହେଁ ବିଜେପି ସତ୍ତାକୁ ଆସିଲେ ମାଗଣା କରୋନା ଟିକା ଦେବ ବୋଲି ନିଜ ମାନିଫେଷ୍ଟୋରେ କହିବା ପରେ ଏହାକୁ ନେଇ ଏବେ ସେଠାରେ ଜୋରଦାର୍‌ ଚର୍ଚ୍ଚା ଚାଲିଛି । ମାଗଣା କରୋନା ଟିକା ପ୍ରସଙ୍ଗ ବିଜେପିକୁ ନିର୍ବାଚନୀ ମାହୋଲରେ ଫାଇଦା ଦେଇଛି କି ନାହିଁ ତାହା ତ ସମୟ କହିବ, ହେଲେ ଏଥିପାଇଁ ବିଜେପିକୁ ବିଭିନ୍ନ ସ୍ତରରେ ହଟ୍ଟହଟା ହେବାକୁ ପଡ଼ିଛି । ଅନେକ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

Leave a Reply