ବିହାର ନିର୍ବାଚନ: ୩୧୯ ଜଣଙ୍କ ପ୍ରାର୍ଥୀଙ୍କ ନାଁରେ ଅନେକ ଅପରାଧିକ ମାମଲା

ପାଟଣା: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଇବାରେ ଲାଗିଛି । ପ୍ରଚାର ମୈଦାନଙ୍କୁ ଓହ୍ଲାଇଛନ୍ତି ବିଭିନ୍ନ ଦଳର ନେତା । କେମିତି ଭୋଟରମାନଙ୍କ ବିଶ୍ୱାସକୁ ସହଜରେ ଜିତିପାରିବେ ସେନେଇ କରୁଛନ୍ତି ପ୍ରୟାସ । ଆଉ ଏହି ପ୍ରୟାସର ପ୍ରଥମ ଚରଣ ହେଉଛି ଦଳ ବିରୋଧୀ ଭାଷଣ । ଯିଏ ଯେତେ ଅନ୍ୟ ଦଳ ଉପରେ ଦୋଷ ଲଦିବ ସେତେ ଭୋଟ ପାଇଲା ଭଳି ପ୍ରଚାର ମୈଦାନରେ ଚାଲିଛି ଆରୋପ ପ୍ରତ୍ୟାରୋପର ତୀର ।

୨୮ ଅକ୍ଟୋବରରେ ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ଆସନ ପାଇଁ ଭୋଟିଂ ହେବ । ଏହି ୭୧ ଆସନରେ ୧ ହଜାର ୬୬ ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହି ପ୍ରାର୍ଥିଙ୍କ ଭିତରେ ୩୧୯ ଜଣଙ୍କ ପ୍ରାର୍ଥୀଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା । ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ  ସଞ୍ଜୟ କୁମାର ସିଂହ ।

ଦ୍ୱିତୀୟ ପର୍ଯ୍ୟାୟ ୩ ନଭେମ୍ବରରେ ହେବାକୁ ଥିବାବେଳେ ଏଥିପାଇଁ ବର୍ତ୍ତମାନ ସୁଦ୍ଧା ୩୪୦ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରି ସାରିଛନ୍ତି । ସେହିପରି ୭୮ ବିଧାନସଭା କ୍ଷେତ୍ର ପାଇଁ ୭ ନଭେମ୍ବରରେ ହେବାକୁ ଥିବା ନିର୍ବାଚନ ପାଇଁ ବର୍ତ୍ତମାନ ସୁଦ୍ଧା ୧୯ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା କହିଛନ୍ତି ନିର୍ବାଚନ ଅଧିକାରୀ । ତେବେ ପ୍ରଶାସନ ପକ୍ଷରୁ ନିର୍ବାଚନ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ସେ ସୂଚନା ଦେଇଛନ୍ତି ।

Leave a Reply