ବିହାରରେ ମତ ଗଣନା ଆରମ୍ଭ, ପୋଷ୍ଟାଲ ଭୋଟରେ ମହାମେଣ୍ଟ ଆଗରେ

ପାଟନା: ବିହାରରେ ଆରମ୍ଭ ହୋଇଛି ମତଗଣନା । ମତଗଣନାରେ ପ୍ରଥମେ ପୋଷ୍ଟାଲ ଭୋଟର ଗଣତି ଚାଲିଛି । ପୋଷ୍ଟାଲ ଭୋଟରେ ଆଗରେ ୪ ଦଳକୁ ନେଇ ରାଷ୍ଟ୍ରୀୟ ଜନତା ଦଳ ନେତୃତ୍ୱରେ ଗଠିତ ମହାମେଣ୍ଟ ଆଗରେ ରହିଛି । ୩୭ ଆସନରେ ମହାମେଣ୍ଟ ଆଗରେ ଥିବା ବେଳେ ୧୮ ଆସନରେ ଏନଡିଏ ଆଗରେ ଅଛି ।
ଅନ୍ୟପକ୍ଷରେ ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି ଏପର୍ଯ୍ୟନ୍ତ ଖାତା ଖୋଲି ପାରିନାହିଁ । ସୂଚନାଯୋଗ୍ୟ ଯେ, ଏଗଜିଟ୍ ପୋଲରେ ତେଜସ୍ୱୀ ସରକାର ଗଢୁଥିବା ସଂକେତ ମିଳୁଛି । ବିହାର ଭୋଟର ଏଥର ନୀତିଶଙ୍କ ୧୫ ବର୍ଷର ଶାସନକୁ ପ୍ରତ୍ୟାଖାନ କରିଥିବା କୁହାଯାଉଛି ।