ଏକାକୀ ନିର୍ବାଚନ ଲଢ଼ିବ ଏଲ୍‌ଜେପି: ୧୫ ବର୍ଷ ତଳର ଘଟଣା ଲାଗି ଆଜି ମଧ୍ୟ ତିକ୍ତତା

1 min read

ପାଟଣା: ଲୋକ ଜନଶକ୍ତି ପାର୍ଟି (ଏଲଜେପି) ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ଠାରୁ ଅଲଗା ହୋଇକରି ନିଜ ଦମରେ ବିହାର ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ରବିବାର ଅନୁଷ୍ଠିତ ହୋଇଥିବା ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏଲ୍‌ଜେପିର କହିବା ହେଲା ଯେ, ଭାରତୀୟ ଜନତା ପାର୍ଟି ସହ ତାଙ୍କ ଦଳର କୌଣସି ତିକ୍ତତା ନାହିଁ ।

Why coming together of Nitish Kumar and Ram Vilas Paswan is significant

ଏଲ୍‌ପିଜେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁ । ଏଲ୍‌ଜେପି ଏହା ମଧ୍ୟ ଘୋଷଣା କରିଛି ଯେ, ବିଧାନସଭା ନିର୍ବାଚନ ସରିବା ପରେ ଦଳର ବିଜୟୀ ପ୍ରାର୍ଥୀ ବିଜେପି ସହ ମିଶି ସରକାର ଗଠନ କରିବେ । ଏଲଜେପି ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ରାଜ୍ୟସ୍ତରରେ ମେଣ୍ଟରେ ସାମିଲ ହୋଇଥିବା ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ସହିତ ଆଦର୍ଶଗତ ମତଭେଦ କାରଣରୁ ପାର୍ଟି ଏନ୍‌ଡିଏ ସହ ମିଶି ନିର୍ବାଚନ ଲଢ଼ିବନାହିଁ । ନିର୍ବାଚନ ତାରିଖ ଘୋଷଣା ପରେ ମେଣ୍ଟରୁ ଅଲଗା ହୋଇ ଲଢ଼ିବା ନେଇ ଏଲ୍‌ଜେପିର ନିଷ୍ପତ୍ତି ସମସ୍ତଙ୍କୁ ତାଜୁବ କରିଛି । ତେବେ ରାଜେନୖତିକ ବିଶାରଦଙ୍କ ମତରେ ଉଭୟ ଦଳର ନେତାଙ୍କ ମଧ୍ୟରେ ତିକ୍ତତା ୨୦୦୫ ମସିହାରୁ ହିଁ ଆରମ୍ଭ ହୋଇସାରିଥିଲା ।

Controversial remarks could have been avoided: Chirag Paswan

୨୦୦୫ ମସିହା ଫେବ୍ରୁଆରୀ-ମାର୍ଚ୍ଚ ମାସ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ହୋଇଥିଲା । ଏହି ନିର୍ବାଚନ ଠିକ୍ ପୂର୍ବରୁ ରାମି ବିଳାସ ପାଶଓ୍ୱାନ ଅଟଳ ବିହାରୀ ବାଜପେୟୀଙ୍କ ସରକାରରୁ ଇସ୍ତଫା ଦେଇ ଲୋକ ଜନଶକ୍ତି ପାର୍ଟି ନାମରେ ଦଳ ଗଠନ କରିଥିଲେ । ଏବଂ ଏକାକୀ ନିର୍ବାଚନ ଲଢ଼ିଥିଲେ । ଅପରପକ୍ଷରେ ନୀତିଶ କୁମାର ଓ ବିଜେପି ମିଶିକରି ଲାଲୁ ପରିବାରର ସରକାରକୁ ଗାଦିଚ୍ୟୁତ କରିବାରେ ଲାଗିପଡ଼ିଲେ । ନୀତିଶ କୁମାର ଚାହୁଁଥିଲେ ରାମବିଳାସ ପାଶଓ୍ୱାନ ମଧ୍ୟ ତାଙ୍କ ସହିତ ରୁହନ୍ତୁ ଯାହା ଦ୍ୱାରା ମେଣ୍ଟ ଅଧିକ ଶକ୍ତିଶାଳୀ ହୋଇପାରିବ । କିନ୍ତୁ ରାମବିଳାସ ପାଶଓ୍ୱାନ ଏକାକୀ ନିର୍ବାଚନ ଲଢ଼ିଥିଲେ ।

            ନିର୍ବାଚନ ଫଳାଫଳ ଆସିବା ବେଳକୁ ୧୭୮ ଟି ସିଟ୍‌ରେ ନିର୍ବାଚନ ଲଢ଼ିଥିବା ଏଲ୍‌ଜେପି ୨୯ଟି ସିଟ୍‌ରେ ବିଜୟୀ ହୋଇଥିଲା । ନୀତିଶ କୁମାର ପୁଣିଥରେ ମିଳିତ ସରକାର ଗଠନ ପାଇଁ ପାଶଓ୍ୱାନଙ୍କୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ରାମବିଳାସ ପାଶଓ୍ୱାନ ନିଜ ଜିଦରେ ଅଟଳ ରହିଥିଲେ । ରାମବିଳାସ ପାଶଓ୍ୱାନ ରାଜ୍ୟରେ ମୁସଲିମ୍ ମୁଖ୍ୟମନ୍ତ୍ରୀଙ୍କ ଦାବି ଉପରେ ନୀତିଶ କୁମାର କିମ୍ୱା ଲାଲୁ ପ୍ରସାଦ ଯାଦବ ରାଜି ହୋଇନଥିଲେ ।

Lalu Prasad Yadav thanks Ram Vilas Paswan for liking his tweet on Bihar's  growth rate | India.com

ଏହାରି ମଧ୍ୟରେ ଗଣମାଧ୍ୟମରେ ଖବର ଆସିଲା ରାମ ବିଳାସ ପାଶଓ୍ୱାନଙ୍କ ୨୩ ବିଧାୟକ ନୀତିଶ କୁମାରଙ୍କୁ ସମର୍ଥନ ଦେବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ତେବେ ନୀତିଶ କୁମାର ସିଧାସଳଖ କହିଦେଇଥିଲେ ଯେ, କୌଣସି ମତେ ଦଳ ଭାଙ୍ଗି ସରକାର ଗଠନ କରାଯିବନାହିଁ । ତେବେ ନୀତିଶ ମଧ୍ୟ ରାମ ବିଳାସ ପାଶଓ୍ୱାନଙ୍କ ପାର୍ଟି ନେତାଙ୍କୁ ନେଲେ ନାହିଁ କିନ୍ତୁ ପାଶଓ୍ୱାନଙ୍କ ଦଳକୁ ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା । ଏହା ପରଠାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି ।

Leave a Reply