spot_img

Latest Posts

ବିହାର ରାଜନୀତି: ମହାମେଣ୍ଟର ସିଟ୍ ବୁଝମଣା ହୋଇପାରିଲାନି, ହୋଇପାରେ ଫ୍ରେଣ୍ଡଲି ଫାଇଟ

ନନ୍ଦିଘୋଷ ବ୍ୟୁରୋ : ବିହାରରେ ହେବ ଫ୍ରେଣ୍ଡଲି ଫାଇଟ। ମହାମେଣ୍ଟର ଅଂଶୀଦାର ପାର୍ଟି କଂଗ୍ରେସ, ଆରଜେଡି, ବାମମେଣ୍ଟ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ଲଢ଼େଇ ହେବ ବୋଲି ଜଣାପଡ଼ିଲାଣି। କାରଣ ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ଏଯାଏ କିନ୍ତୁ ଆସନ ବୁଝାମଣା ହୋଇପାରିନି। ତେଣୁ ପରସ୍ପର ବିରୋଧରେ ସେମାନେ ନିର୍ବାଚନ ଲଢ଼ିବାର ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ତାରିଖ ଗଲାଣି। ଗତକାଲି ନାମାଙ୍କନ ଯାଞ୍ଚ ହୋଇଛି।

ଆସନ୍ତାକାଲି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ। ସେହିପରି ଆସନ୍ତାକାଲି ଦ୍ଵିତୀୟି ପର୍ଯ୍ୟାୟର ନାମାଙ୍କନ ଦାଖଲର ଶେଷ ଦିନ। କିନ୍ତୁ ବିଧିବଦ୍ଧ ଭାବେ ମହାମେଣ୍ଟର ଅଂଶୀଦାର ମଧ୍ୟରେ ଆସନ ବୁଝାମଣା ହୋଇପାରିନି। କିଏ କେଉଁ ସିଟରେ ଲଢିବ ତାହା ସ୍ଥିର ହୋଇପାରିନି। ତେଣୁ ଲାଗୁଛି ଫ୍ରେଣ୍ଡଲି ଫାଇଟ ହୋଇପାରେ। ଅର୍ଥାତ ପରସ୍ପର ବିରୋଧରେ ସେମାନେ ଲଢ଼ିବେ ବୋଲି ଜଣାପଡ଼ିଛି। କୁହାଯାଉଛି, ତେଜସ୍ଵୀ ଯାଦବଙ୍କୁ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ କଂଗ୍ରେସ ଚାହୁଁନାହି। ତେଣୁ ଏଥିପାଇଁ ମେଣ୍ଟରେ ଦେଖା ଦେଇଛି କେଁ। ସେପଟେ ମେଣ୍ଟର ଆଉ ଏକ ଅଂଶୀଦାର ଦଳ ଜେଏମଏମ୍ କହିଛି, ଫ୍ରେଣ୍ଡଲି ଫାଇଟ ନୁହେଁ। ଲଢ଼େଇ ହେବ ତ ପୁରା ଲଢ଼େଇ ହେବ। ତେଣୁ ଜେଏମଏମ୍ ୬ଟି ଆସନ ଲଢିବ ବୋଲି ଘୋଷଣା କରିଛି।

Latest Posts

Don't Miss