Bihar Result 2020 ! ଫଳାଫଳ ପୂର୍ବରୁ ଭୋଜି ଭାତରେ ମାତିଲେଣି ବାହୁବଳୀ ନେତା ଅନନ୍ତ ସିଂଙ୍କ ପରିବାର

ପାଟନା : ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଆଉ କେଇ ଘଣ୍ଟାର ସମୟ ରହିଛି । ହେଲେ ଏକ୍ସିଟ ପୋଲ ପରେ ଆରଜେଡି ନେତାମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି । ଅଧିକାଂଶ ଏକଜିଟ୍ ପୋଲ ସଂସ୍ଥା ମହାମେଣ୍ଟକୁ ବହୁମତ ମିଳିବ ବୋଲି ଆକଳନ କରିଛନ୍ତି । ଏହି କ୍ରମରେ କେତେକ ନେତାଙ୍କ ଘରେ ତ ନଭେମ୍ବର ୧୦ ପାଇଁ ଖାଦ୍ୟ ପ୍ରସ୍ତୁତି ଏବଂ ଉତ୍ସବର ଆୟୋଜନ କରିଲେଣି । ବିହାରର ବାହୁବଳୀ ନେତା ଅନନ୍ତ ସିଂଙ୍କ ପାଟନା ସ୍ଥିତ ବାସଭବନରେ ଏପରି ଆୟୋଜନ ଦେଖିବାକୁ ମିଳିଲାଣି ।

bihar Election

ମୋକାମାରୁ ଅନନ୍ତ ସିଂଙ୍କ ଦବଦବ୍ବା ଦେଖିବାକୁ ମିଳିଥାଏ । ଏକଦା ଜେଡିୟୁର ବରିଷ୍ଠ ନେତା ଥିବା ଅନନ୍ତ ସିଂ ଏବଂ ଆରଜେଡିରେ ଅଛନ୍ତି । ତେଣୁ ଚଳିତଥର ଫଳାଫଳ ତାଙ୍କ ସପକ୍ଷରେ ଯିବ ବୋଲି ସେ ଆଶାବାଦୀ ଅଛନ୍ତି । ସେହି ଖୁସିରେ ସୋମବାରଠାରୁ ଭଳିକି ଭଳି ଖାଦ୍ୟର ପସରା ପ୍ରସ୍ତୁତି ହେବାରେ ଲାଗିଛି ।

ଅନନ୍ତ ସିଂଙ୍କ ପତ୍ନୀ ନୀଲମ ଦେବୀ ନିଜେ ଏହି ପ୍ରସ୍ତୁତି ଦେଖୁଛନ୍ତି । ହଜାର ହଜାର ଲୋକଙ୍କ ପାଇଁ ଏହି ଆୟୋଜନ କରାଯାଉଛି । ସେଠାରେ ହାଲୁଆ, ଲିଟି ଚୋଖା, ପୁଲାବ, ପୁରୀ, ରସଗୋଲା, ଡାଲି, ସବଜି,ଜଲେବି ଏବଂ ଗୁଲାବ ଜାମୁନ ଇତ୍ୟାଦି ପ୍ରସ୍ତୁତ ହୋଇଛି । ପାଖାପାଖି ୧୦ ହଜାରରୁ ଅଧିକ ଲୋକଙ୍କ ପାଇଁ ଏହି ଆୟୋଜନ ହେଉଛି । ଏହି ଅବସରରେ ନୀଲମ ଦେବୀ ଗଣମାଧ୍ୟମକୁ କହିଛନ୍ତି ଯେ, ବିହାର ଜନତା ନୀତିଶ ସରକାରଙ୍କୁ ପାନେ ଦେବେ । ନିଜେ ଇଂଜିନିୟର ହୋଇଥିବା ସତ୍ତ୍ୱେ ବିହାରର ପର୍ଯ୍ୟାପ୍ତ ବିକାଶ କରି ନାହାନ୍ତି । ନୀତିଶ ଜାଣିଶୁଣି ତାଙ୍କ ସ୍ୱାମୀଙ୍କୁ ଜେଲ ପଠାଇଥିବା ନୀଲମ କହିଥିଲେ ।

 

Leave a Reply