ବିହାର ନିର୍ବାଚନ: ବିଜେପିର ୭୨ ପ୍ରତିଶତ ପ୍ରାର୍ଥୀଙ୍କର ରହିଛି ଅପରାଧିକ ଇତିହାସ

ପାଟନା: ବିହାରରେ ଆଉ କିଛି ଦିନ ପରେ ହେବ ଭୋଟ । ଏହାରି ଭିତରେ ଆସିଛି ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ(ଏଡିଆର) ରିପୋର୍ଟ । ରିପୋର୍ଟ ଅନୁସାରେ ବିହାରରେ ବିଜେପି ଛିଡା କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୭୨ ପ୍ରତିଶତଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଅନ୍ୟପକ୍ଷରେ ଦାଗୀ ନେତାଙ୍କୁ ନେଇ ବଦନାମ ଆରଜେଡି ଦେଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୭୩ ପ୍ରତିଶତଙ୍କ ବିରୋଧରେ ଅପରାଧର ମାମଲା ରହିଛି । ଏହାର ଅର୍ଥ ହେଉଛି ଅତିକମରେ ଦାଗୀଙ୍କୁ ଟିକେଟ୍ ଦେବା ମାମଲାରେ ଆରଜେଡି ବିଜେପିଠାରୁ ଆଗୁଆ ଅଛି କିମ୍ବା ବିଜେପି ଏହି ମାମଲାରେ ଆରଜେଡିକୁ ଟକ୍କର ଦେଉଛି ।

ପ୍ରଥମ ଚରଣ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ବିଭିନ୍ନ ଦଳର ଦାଗୀ ନେତାଙ୍କ ସଂଖ୍ୟାକୁ ନେଇ ଏଡିଆର ଏହି ରିପୋର୍ଟ ପ୍ରସ୍ତୁତ କରିଛି । ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଯେଉଁ ୧୦୬୪ ଜଣ ପ୍ରାର୍ଥୀ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୩୨୮ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସେହିଭଳି ୨୪୪ ଜଣ ପ୍ରାର୍ଥୀଙ୍କ ବିରୋଧରେ ଗମ୍ଭୀର ଅପରାଧରେ ସାମିଲ ଥିବା ତଥ୍ୟ ସାମ୍ନାକୁ ଆସିଛି ।

ଏବେ ଆସନ୍ତୁ ଏଡିଆର ରିପୋର୍ଟର କିଛି ପ୍ରମ୍ମୁଖ ତଥ୍ୟ ଉପରେ ନଜର ପକାଇବା ।

  • ୧୦୬୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୨୮ ଜଣଙ୍କ ବିରୋଧରେ ଅପରାଧିକ ମାମଲା
  • ଭାଗଲପୁର,ବାଙ୍କା,ମୁଙ୍ଗେର,ଲଖିସରାୟ,ଶେଖପୁରା,ପାଟନା,ଭୋଜପୁର,ବକ୍ସର,କୈମୁର,ରୋହତାସ,ଅରବାର,ଜାହନାବାଦ,ଔରଙ୍ଗାବାଦ,ଗୟା,ନବାଦା ଓ ଜମୁଇ ଜିଲ୍ଲାର ବିଧାନସଭା ପ୍ରାର୍ଥୀଙ୍କ କ୍ରିମିନାଲ ରେକର୍ଡର ଅଧ୍ୟୟନ
  • ପ୍ରଥମ ପର୍ଯ୍ୟାୟରେ ଆରଜେଡରି ୪୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୦,ବିଜେପିର ୨୯ରୁ ୨୧,ଏଲଜେପିର ୪୧ରୁ ୨୪ , କଂଗ୍ରେସର ୨୧ରୁ ୧୨,ଜେଡିୟୁର ୩୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୫ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ।
  • ଅନ୍ୟପକ୍ଷରେ ଆରଜେଡିର ୪୧ ପ୍ରାର୍ଥୀଙ୍କ ମଧ୍ୟରୁ ୨୨,ଏଲଜେପିର ୪୧ରୁ ୨୦,ବିଜେପିର ୨୯ରୁ ୧୩,କଂଗ୍ରେସର ୨୧ରୁ ୯,ଜେଡିୟୁର ୩୫ରୁ ୧୦ ଓ ବିଏସପିର ୨୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧ ମାମଲା ରହିଛି ।
  • ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ୨୯ ଜଣଙ୍କ ବିରୋଧରେ ମହିଳାଙ୍କ ବିରୋଧରେ ହିଂସା ମାମଲା ରହିଛି । ୩ ଜଣ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରହିଥିବା ଘୋଷଣା କରିଛନ୍ତି
  • ୨୧ ଜଣ ପ୍ରାର୍ଥୀ ସେମାନଙ୍କ ବିରୋଧରେ ହତ୍ୟା ମାମଲା ଥିବା କଥା ସ୍ୱୀକାର କରିଛନ୍ତି । ସେହିଭଳି୬୨ ଜଣଙ୍କ ବିରୋଧରେ ହତ୍ୟା ପ୍ରୟାସ ମାମଲା ରହିଛି ।

Leave a Reply