ବାପାମାନଙ୍କ ଆଧିପତ୍ୟ ପାଇଁ ନିର୍ବାଚନୀ ମଇଦାନରେ ସନ୍ତାନ

1 min read

ବିହାର: ବିହାର ବିଧାନସଭା ନିର୍ବାଚନରେ ​​୨୪୩ଟି ଆସନ ଜିତିଥିବା ୩୭୩୭ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ସ୍ଥିର ହେବ । ରାଜନୀତିରେ ପରିବାରବାଦ ବିହାର ବିଧାନସଭାର ଅଧିକାଂଶ ଆସନରୁ ଲଢୁଛନ୍ତି ବରିଷ୍ଠ ନେତାଙ୍କ ସମ୍ପର୍କୀୟ । ଭେଟେରାନ ନେତାଙ୍କ ପୁଅ ଓ ଝିଅମାନଙ୍କ ହେଉଛି ଭାଗ୍ୟ ନିର୍ଦ୍ଧାରଣ । ଆରଜେଡିର ମୁଖ୍ୟ ଲାଲୁ ପ୍ରସାଦଙ୍କ ଉଭୟ ପୁଅ ତେଜସ୍ୱୀ ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କ ସହ ଶରଦ ଯାଦବଙ୍କ ଝିଅ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ମଧ୍ୟ ନିର୍ବାଚନ ମଇଦାନନରେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ।

ରାଘୋପୁର: ତେଜସ୍ୱୀ ଯାଦବ

ଆରଜେଡି ନେତା ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ନିର୍ବାଚନ ମୈଦାନକୁ ଓହ୍ୱାଇଛନ୍ତି । ତେଜସ୍ୱୀଙ୍କୁ ମହାମେଣ୍ଟ ମୁଖ୍ୟମନ୍ତ୍ରୀ ଭାବେ ମୈଦାନକୁ ଓହ୍ଲାଇଛି । ଏବଂ ଏଥିପାଇଁ ପୂରା ଦେଶ ଏହି ଆସନ ଉପରେ ନଜର ରଖିଛି । ଏବଂ ତାଙ୍କ ବିପକ୍ଷରେ ବିଜେପି ସତୀଶ କୁମାରଙ୍କୁ ମୈଦାନ ଓହ୍ଲାଇଛନ୍ତି । ୨୦୧୦ ନିର୍ବାଚନରେ ​​ସତୀଶ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କୁ ପରାସ୍ତ କରିଛନ୍ତି । ସେହିପରି, ଏଲଜେପି ଦ୍ୱାରା ତେଜସ୍ୱୀଙ୍କ ବିପକ୍ଷରେ ରାକେଶ ରୋଶନଙ୍କୁ ଛିଡ଼ା କରାଯାଇଛି । ତେବେ, ୧୯୯୫ ପରଠାରୁ, ଏହି ଅଞ୍ଚଳ ଆରଜେଡିର ଦୂର୍ଗ ଭାବରେ ପରିଗଣିତ କରାଯାଏ ଏବଂ ଲାଲୁ ଯାଦବ ଏଠାରୁ ହିଁ ନିର୍ବାଚନରେ ​​ଜିତି ଆସୁଥିଲେ ।

ହସନପୁର: ତେଜ ପ୍ରତାପ ଯାଦବ

ସମସ୍ତିପୁର ଜିଲ୍ଲାର ହାସନପୁର ବିଧାନସଭା ଆସନରୁ ପୂର୍ବତନ ସିଏମ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ଏବଂ ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଲଢୁଛନ୍ତି । ସେ ୨୦୧୫ରେ ମହୁଆରୁ ନିର୍ବାଚନ ​​ଜିତିଥିଲେ, କିନ୍ତୁ ଏଥର ସେ ନିଜ ଆସନ ବଦଳାଇଛନ୍ତି । ତେଜ ପ୍ରତାପଙ୍କ ବିପକ୍ଷରେ ବର୍ତ୍ତମାନର ଜେଡିୟୁ ବିଧାୟକ ରାଜକୁମାର ରାୟ ନିର୍ବାଚନ ଲଢୁଛନ୍ତି ।

 

ବାଙ୍କିପୁର: ଲଭ ସିହ୍ନା

ଅଭିନେତା-ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲଭ ସିହ୍ନା ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଲଭ୍ ସିହ୍ନା ପାଟଣାରେ ଥିବା ବ୍ୟାଙ୍କିପୁର ଆସନରୁ କଂଗ୍ରେସ ଟିକେଟରୁ ଲଢୁଛନ୍ତି । ଯେଉଁଠାରେ ସେ ବହୁଜନ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପିର ତିନିଥର ବିଧାୟକ ନିତିନ ନବୀନ ତାଙ୍କ ବିପକ୍ଷରେ ଲଢୁଛନ୍ତି  ।

ପାର୍ସା: ଚନ୍ଦ୍ରିକା ରାୟ

ସାରଣ ଜିଲ୍ଲାର ପାର୍ସା ବିଧାନସଭା ଆସନ ବହୁ ଚର୍ଚ୍ଚାରେ ରହି ଆସିଛି । ଏଠାରେ ହାଇ ପ୍ରୋଫାଇଲଙ୍କ ଚାଲିଛି ନିର୍ବାଚନ ଲଢେଇ ।  ପୂର୍ବତନ ମୁଖ୍ୟମନ୍ତ୍ରୀ ଦରୋଗା ପ୍ରସାଦ ରାୟଙ୍କ ପୁଅ ଚନ୍ଦ୍ରିକା ରାୟ ଏବଂ ଲାଲୁ ଯାଦବଙ୍କ ସମୁଦୀ ଜେଡିୟୁ ଟିକେଟରେ ନିର୍ବଚନ ଲଢୁଛନ୍ତି । ସେହିଭଳି ଆରଜେଡି ଟିକେଟ୍ ଉପରେ ଛୋଟେ ଲାଲ ରାୟ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଏଲଜେପି ରାକେଶ କୁମାର ସିଂଙ୍କୁ ଏହି ଆସନ ପାଇଁ ଲଢୁଛନ୍ତି । ଚନ୍ଦ୍ରିକା ରାୟଙ୍କ ଝିଅ ଶ୍ୱର୍ଯ୍ୟା ରାୟ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ।

ବିହାରୀଗଞ୍ଜ: ସୁଭାଷିନୀ ଯାଦବ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ଝିଅ ସୁଭାଷିନୀ ଯାଦବ ମାଧପୁରା ଅଞ୍ଚଳର ବିହାରୀଗଞ୍ଜ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ତାଙ୍କ ବିପକ୍ଷରେ ଅଛନ୍ତି ଜେଡିୟୁର ନିରଂଜନ କୁମାର ମେହେଟ୍ଟା । ତେବେ ଗତ ଦୁଇ ନିର୍ବାଚନରେ ​​ଜେଡିୟୁ କ୍ରମାଗତ ଏଠାରେ ବିଜୟ ହାସଲ କରିଛି ।

ଜାମୁଇ: ଶ୍ରେୟସୀ ସିଂ

ସେହି ପରି ହାଇ-ପ୍ରୋଫାଇଲ୍ ଆସନରେ ଜାମୁଇ ବିଧାନସଭା ଆସନ ଅନ୍ତର୍ଭୁକ୍ତ ରହିଛି । ଏଠାରୁ ଆନ୍ତର୍ଜାତୀୟ ସୁଟର ଶ୍ରେୟାସୀ ସିଂ ବିଜେପି ଟିକେଟରେ ଲଢୁଛନ୍ତି । ଏଥହାସହ ଆରଜେଡିର ବର୍ତ୍ତମାନର ବିଧାୟକ ବିଜୟ ପ୍ରକାଶ ଏବଂ ଆରଏଲଏସପିର ପୂର୍ବତନ ମନ୍ତ୍ରୀ ନରେନ୍ଦ୍ର ସିଂଙ୍କ ପୁଅ ଅଜୟ ପ୍ରତାପ ମୈଦାନକୁ ଓହ୍ଲାଇଛନ୍ତି । ଶ୍ରେୟାସୀ ହୁଏତ ଜଣେ ଖେଳାଳି ହୋଇଥିବେ କିନ୍ତୁ ତାଙ୍କ ପରିବାର ପୃଷ୍ଠଭୂମି ରାଜନୈତିକ ରହିଛି । ତାଙ୍କ ପିତା ସ୍ୱର୍ଗତ ଦିଗବିଜୟ ସିଂ କେନ୍ଦ୍ର ମନ୍ତ୍ରୀ ହୋଇଥିବାବେଳେ ତାଙ୍କ ମାଆ ପୁତୁଲ ସିଂ ସାଂସଦ ରହିଛନ୍ତି । ସେହିଭଳି ବିଜୟ ପ୍ରକାଶଙ୍କ ବଡ଼ ଭାଇ ଜୟ ପ୍ରକାଶ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି ଏବଂ ଅଜୟ ପ୍ରତାପଙ୍କ ପିତା ମଧ୍ୟ ବିହାରରେ ମନ୍ତ୍ରୀ ରହିଛନ୍ତି। ଏହିପରି, ଜାମୁଇର ଯୁଦ୍ଧ ଅତ୍ୟନ୍ତ ଆକର୍ଷଣୀୟ ବୋଲି ବିବେଚନା କରାଯାଏ ।

Leave a Reply