spot_img

Latest Posts

ବିହାର ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୭୮ଟି ଆସନ ପାଇଁ ହେବ ଭୋଟିଂ

ପାଟଣା: ଦିନକ ପରେ ବିହାର ବିଧାନସଭା ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୧୫ ଜିଲ୍ଲାର ୭୮ଟି ଆସନ ପାଇଁ ହେବ ଭୋଟିଂ  । ଏନେଇ ପ୍ରଚାର ମଧ୍ୟ ଶେଷ ହୋଇଛି । ଶେଷଦିନରେ ଭୋଟରଙ୍କୁ ଆକୃଷ୍ଟ ପାଇଁ ସବୁ ଦଳର ଜୋରଦାର ପ୍ରୟାଶ କରାଯାଇଛି  । ନିଜ ପ୍ରାର୍ଥୀଙ୍କ ବିଜୟ ପାଇଁ ନିଜ ନିଜ ଦଳର ବରିଷ୍ଠ ନେତା ଲଗାଇଥିଲେ ପୂରା ଶକ୍ତି  । ଶେଷ ଦିନର ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଜେପି ନଡ୍ଡା  ।

ଜେପି ନଡ୍ଡା ପ୍ରଚାର ବେଳେ ମହାଗଠବନ୍ଧନ ଉପରେ ବର୍ଷିଥିଲେ  । ଗୋଟିଏ ପଟେ ବିହାର ବିକାଶ ଓ ଅନ୍ୟପଟେ ବିହାରର ବିନାଶ କରୁଥିବା ଲୋକ ରହିଛନ୍ତି । ଏଥିପାଇଁ ବହୁ ଭାବି ଚିନ୍ତି ନିଜ ମତସାବ୍ୟସ୍ତ କରନ୍ତୁ ବୋଲି କହିଥିଲେ ନଡ୍ଡା । ସେପଟେ ନିଜ ପ୍ରଚାର ବେଳେ ଭାବୁକ ହୋଇପଡିଥିଲେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁର୍ନିଆରେ ରାଲି କରି ଏକ ବଡ଼ ଘୋଷଣା କରିଛନ୍ତି। ନୀତୀଶ ପୁର୍ନିଆ ରାଲିରେ ଉଦ୍‌ବୋଧନ ଦେଇ କହିଛନ୍ତି, ଏହା ତାଙ୍କର ଶେଷ ନିର୍ବାଚନ। ଉପସ୍ଥିତ ଲୋକମାନଙ୍କୁ ସେ କହିଥିଲେ, ଆଜି ହେଉଛି ପ୍ରଚାରର ଶେଷ ଦିନ। ଦିନକ ପରେ ଭୋଟ୍‌ ଗ୍ରହଣ। ଏହା ମଧ୍ୟ ତାଙ୍କର ଶେଷ ନିର୍ବାଚନ। ନିର୍ବାଚନୀ ପ୍ରଚାରର ଶେଷ ଦିନରେ ନୀତୀଶ ଏଭଳି ଘୋଷଣା କରିଥିବାରୁ ଏହା ଚର୍ଚ୍ଚାର ବିଷୟ ହୋଇଛି।

ଅନ୍ୟପଟେ ନୀତିଶ କୁମାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ନେଇ ସମାଲୋଚନା କରିବା ସହ ରାଜ୍ୟରେ ସୁଶାସନ ପାଇଁ ମହାଗଠବନ୍ଧନକୁ ଭୋଟ ଦେବାକୁ ଅପିଲ କରିଛନ୍ତି ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବ ।

Latest Posts

Don't Miss