Sushant Singh Rajput Case : ବିହାର ଡିଜିପିଙ୍କ ଟାର୍ଗେଟରେ ରିୟା,କହିଲେ ଔକାତ୍ ନାହିଁ

ପାଟନା:  ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯିବା ନିଷ୍ପତ୍ତିକୁ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ସ୍ୱାଗତ କରିଛନ୍ତି । ସେ ଏହାକୁ ସତ୍ୟର ବିଜୟ ବୋଲି କହିଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ଟିପ୍ପଣୀ ଉପରେ ଡିଜିପି ରିୟା ଚକ୍ରବର୍ତ୍ତିଙ୍କୁ ତାଙ୍କ ଔକାତ୍ ମନେ ପକାଇ ଦେଇଛନ୍ତି । ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି ଯେ, ମୁଁ ବହୁତ ଖୁସୀ ଅଛି । ଏହା ଅନ୍ୟାୟ ବିରୋଧରେ ନ୍ୟାୟର ବିଜୟ । ଏହା ୧୩୦ କୋଟି ଲୋକଙ୍କ ଭାବନାର ବିଜୟ । ସୁଶାନ୍ତଙ୍କୁ ଏବେ ନ୍ୟାୟ ମିଳିବ ବୋଲି ଲୋକଙ୍କ ମଧ୍ୟରେ ଆଶା ଜାଗ୍ରତ ହୋଇଛି । ଏହା ଦେଶ ପାଇଁ ବଡ ଖବର ।

bihar dgp

ମୁମ୍ବାଇ ପୋଲିସ ବାବଦରେ ସେ କହିଛନ୍ତି ଯେ, ଆମେ ବିରୋଧରେ ଅଭିଯୋଗ ହୋଇଥିଲା ଯେ, ଆମେ କଣ ପାଇଁ କେସ୍ କଲୁ । ଆମେ ଆଇପିଏସ ଅଫିସରଙ୍କୁ ମୁମ୍ବାଇ ପଠାଇଲୁ ତ’ ସେମାନେ ତାଙ୍କୁ କଏଦୀ ଭଳି  କ୍ୱାରେଣ୍ଟାଇନରେ ରଖିଲେ । ଏଥିରୁ ଲାଗୁଥିଲା ଯେ, କିଛି ଗଡବଡି ତ ଅଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫଳାଫଳ ନିଶ୍ଚୟ ଆସିବ କାରଣ ଏହା କେବଳ ଗୋଟିଏ ପରିବାରର ମାମଲା ନୁହେଁ,ଏହା  ଭାରତର ଜନତାଙ୍କ ଲଢେଇ । ସଂଜୟ ରାଉତଙ୍କ ଅଭିଯୋଗ ଉପରେ ଉତ୍ତର ଦେଇ ସେ କହିଥିଲେ ଯେ, କୌଣସି ରାଜନୈତିକ ବ୍ୟକ୍ତିଙ୍କ ଉପରେ ଆରୋପ ଲଗାଇବା ଠିକ ନୁହେଁ  । ପୁରା ଦେଶ ଜାଣିସାରିଲାଣି ଯେ, ବିହାର ପୋଲିସ ଠିକ୍ ଥିଲା ।

ଡିଜିପି ପାଣ୍ଡେ କହିଛନ୍ତି ଯେ,ଏହା ହାଇପ୍ରୋଫାଇଲ କେସ । ସତ ପଦାକୁ ଆସିବା ଡର ଅନେକଙ୍କୁ ଡରାଉଛି । ଏମିତିରେ ସିବିଆଇ ତଦନ୍ତରୁ ସବୁ ସତ ସାମ୍ନାକୁ ଆସିବ ।ରିୟା ଚକ୍ରବର୍ତ୍ତିଙ୍କର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଦିଆଯାଇଥିବା ବକ୍ତବ୍ୟ ଉପରେ ସେ କହିଛନ୍ତି ଯେ, ବିହାର ମୁଖ୍ୟମନ୍ତ୍ରୀଙ୍କ ଉପରେ ଟିପ୍ପଣୀ କରିବାର ଔକାତ୍ ରିୟାଙ୍କର ନାହିଁ ।  ବିହାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ କାରଣରୁ ହିଁ ସୁଶାନ୍ତଙ୍କୁ ନ୍ୟାୟ ମିଳିବାର ଆଶା ଜାଗିଛି । ମୁଁ ପୁଣିଥରେ ଦୋହରାଇବା ପାଇଁ ଚାହୁଁଛି ଯେ, ରିୟା ଚକ୍ରବର୍ତ୍ତିଙ୍କର ବିହାର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଟିପ୍ପଣୀ କରିବାର ଔକାତ ନାହିଁ ।

Leave a Reply