ବିଜେପିକୁ ବଡ ଝଟକା: ନିର୍ବାଚନ ପୂର୍ବରୁ ସଂକ୍ରମଣର ଶୀକାର ହେଲେ ମୋଦି…

1 min read

ପାଟଣା: ବିହାର ସାଧାରଣ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ ମୋଦି କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ହେବାର ତୁରନ୍ତ ପରେ ହିଁ ତାଙ୍କୁ ପାଟଣା ଏମ୍ସରେ ଭର୍ତ୍ତି କରାଯାଇଛି । ତେବେ ଏ ସମ୍ପର୍କିତ ସୂଚନା ଦେବା ପାଇଁ ସୁଶୀଲ ମୋଦି ଟ୍ୱିଟ୍ କରିଛନ୍ତି । ଟ୍ୱିଟରେ ଲେଖିଛନ୍ତି, ମୁଁ ପଜିଟିଭ୍ ଚିହ୍ନଟ ହୋଇଛି । ଗତ ଦୁଇ ଦିନ ହେବ ଶରୀରର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଛି । ଫୁସଫୁସର ସିଟି ସ୍କାନ୍ ଶେଷ ହୋଇଥିବା ବେଳେ ରିପୋର୍ଟ ସାଧାରଣ ରହିଛି । ଖୁବ୍ ଶୀଘ୍ର ଦଳୀୟ ପ୍ରଚାରରେ ଯୋଗ ଦେବି ।

ଉଲ୍ଲେଖଯୋଗ୍ୟ ଯେ ସୁଶୀଲ ମୋଦିଙ୍କ ପୂର୍ବରୁ ମଧ୍ୟ ବିହାରର କିଛି ବିଜେପି ନେତା ସଂକ୍ରମଣର ଶୀକାର ହୋଇ ସାରିଛନ୍ତି ।  ବିଜେପି  ପ୍ରବକ୍ତା ସାହନବାଜ ହୁସେନ ମଧ୍ୟ ବିଗତ ଦିନରେ ସଂକ୍ରମଣର ଶୀକାର ହୋଇଥିଲେ । ବିହାରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୮ ତାରିଖରେ ଆରମ୍ଭ ହେଉଛି । ଏହା ପୂର୍ବରୁ କିଛି ପ୍ରମୁଖ ବିଜେପି ନେତା ସଂକ୍ରମଣର ଶୀକାର ହେବା କିମ୍ୱା କ୍ୱାରେଣ୍ଟାଇନରେ ରହିବା ଦଳର ମୁଣ୍ଡ ବିନ୍ଧା ବଢାଇଛି । ଏପରିକି ଆଗାମୀ ସମୟରେ ଏସବୁ ଦଳ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିପାରେ । ତେବେ ଭାରତୀୟ ଜନତା ପାର୍ଟି ବିହାର ନିର୍ବାଚନ ପାଇଁ ନିଜର ବିଜୟ ଡକୁମେଣ୍ଟ ମଧ୍ୟ ଜାରି କରିସାରିଛି  । ଶୁକ୍ରବାରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାର ଦାୟିତ୍ୱ ସମ୍ଭାଳିବେ । ଇତି ମଧ୍ୟରେ ସୁଶୀଲ ମୋଦିଙ୍କ ଭଳି ତୁଙ୍ଗ ନେତାଙ୍କ ଅନୁପସ୍ଥିତି ପ୍ରଚାରକୁ ପ୍ରଭାବିତ କରିପାରେ ।

Leave a Reply