spot_img

Latest Posts

ଟେଲିଭିଜନ କୁଇନ ଏକତା କପୁର ଓ ମାଆ ଶୋଭା କପୁରଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି

ପାଟଣା: ଗିରଫ ହେବେ ଟେଲିଭିଜନ କୁଇନ ଏକତା କପୁର। ଡେଲି ଟିଭି ସୋପର ପ୍ରଯୋଜକ ତଥା ନିର୍ଦ୍ଦେଶକ ଏକତା କପୁର ଓ ଶୋଭା କପୁରଙ୍କ ନାଁରେ ଗିରଫ ପରୱାନା ଜାରି ହୋଇଛି । ବିହାର ବେଗୁସରାଇର ଏକ କୋର୍ଟଙ୍କ ପକ୍ଷରୁ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି । ୱେବସିରିଜ XXX ସିଜିନ୍-୨ ରେ ଯବାନ ଓ ତାଙ୍କ ପରିବାରକୁ ଅପମାନିତ କରାଯାଇଥିବା ନେଇ କୋର୍ଟରେ ପିଟିସନ ଦାଏର ହୋଇଥିଲା । ଅଭିଯୋଗ ଆଧାରରେ କୋର୍ଟ ପ୍ରଡ୍ୟୁସର ଏକତା କାପୁର ଓ ତାଙ୍କ ମାଆ ଶୋଭା କାପୁରଙ୍କୁ ହାଜର ହେବାକୁ ସମନ କରିଥିଲେ । ମାତ୍ର ସେମାନେ ହାଜର ହୋଇ ନଥିବାରୁ ତାଙ୍କ ନାଁରେ ଗିରଫ ପରୱାନା ଜାରି କରାଯାଇଛି।

ଓଟିଟି ପ୍ଲାଟଫର୍ମ ଅଲ୍ଟବାଲାଜୀରେ ଏହି ୱେବ ସିରିଜ ରିଲଜ ହୋଇଥିଲା। ଏହାର ମାଲିକାନା ବାଲାଜୀ ଟେଲିଫିଲ୍ମସ ଲିଃ ନାଁରେ ରହିଛି। ଏହାର ମାଲିକ ହେଉଛନ୍ତି ଏକତା କପୁର। ତାଙ୍କ ମା’ ଶୋଭା କପୁର ମଧ୍ୟ ବାଲାଜୀ ଟେଲିଫିଲ୍ମସ ସହ ଜଡ଼ିତ। ତେଣୁ ଉଭୟଙ୍କ ନାଁରେ ଅଭିଯୋଗ କରାଯାଇଥିଲା। ପୂର୍ବରୁ ମଧ୍ୟ ଏହି ୱେବ ସିରିଜ୍‌ରେ ସେନା ପୋଷାକ ଓ ଜାତୀୟ ପ୍ରତୀକକୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଇନ୍ଦୋର ସମେତ ବିଭିନ୍ନ ସ୍ଥାନରେ ଏକତା ଓ ୱେବ ସିରିଜ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଥିଲା।

Latest Posts

Don't Miss