କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ ଚେହେରା ? ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ହଲଚଲ!

ନନ୍ଦିଘୋଷ ବ୍ୟୁରୋ: ବିହାର ରାଜନୀତି ରୋଚକ ହେବାରେ ଲାଗିଛି । ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା ଏବେଠାରୁ ଆରମ୍ଭ ହୋଇଗଲାଣି ବୟାନ ବାଜି । ସରକାର ଗଠନ ପାଇଁ ମେଣ୍ଟ ଦଳ ମାନଙ୍କ ମଧ୍ୟରେ ମଧ୍ୟ ମହାବାକ ଯୁଦ୍ଧ ଦେଖିବାକୁ ମିଳୁଛି । ତେବେ ଏହାରି ଭିତରେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବସିଂ ସାଇନି ଦେଇଥିବା ଏକ ପ୍ରତିକ୍ରିୟାକୁ ନେଇ ବିହାର ରାଜନୀତିରେ ହଲଚଲ ଦେଖା ଦେଇଛି । ଜେଡିୟୁ ଏବଂ ବିଜେପି ସହ ଅନ୍ୟ ଦଳମାନେ କାହାକୁ ମୁଖ୍ୟମନ୍ତ୍ରୀ ଚେହେରା କରିବେ ? ପ୍ରଥମରୁ ଏହାକୁ ନେଇ ଚର୍ଚ୍ଚା ହେଉଥିବାବେଳେ କୁହାଯାଉଥିଲା କି, ନୀତିଶ ହିଁ ପ୍ରଥମ ପସନ୍ଦ । କିନ୍ତୁ ଏବେ ନାଏବସିଂ ଚୌହ୍ବାନ କହିଛନ୍ତି କି, ସମ୍ରାଟ ଚୌଧୁରୀଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବ ।

ନାଏବସିଂ ସାଇନିଙ୍କ ଏହି ପ୍ରତିକ୍ରିୟା ପରେ ଏହାକୁ ଟାର୍ଗେଟ କରିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ । ସେ କହିଛନ୍ତି କି, ତାଙ୍କ ମଧ୍ୟରେ କିଛି ଠିକ୍ ଚାଲିନାହିଁ । ଯେଉଁଥିପାଇଁ ଏଭଳି ଭିନ୍ନ ଭିନ୍ନ ମତ ସମ୍ନାକୁ ଆସୁଛି । କିନ୍ତୁ ଜନତା ତାଙ୍କ ମେଣ୍ଟକୁ ଏଥର ପ୍ରତ୍ୟାଖ୍ୟାନ କରିବା ପାଇଁ ମନ ବଳାଇସାରିଲେଣି । ତେବେ ବିଜେପିର କେହି ମଧ୍ୟ ମୁଖ୍ୟମନ୍ତ୍ରୀ ହେବେ ନାହିଁ ଅଯଥାରେ କାହିଁକି ଲୋକଙ୍କ ମଧ୍ୟରେ ଦ୍ବନ୍ଦ ସୃଷ୍ଟି କରୁଛ ବୋଲି କହିଛନ୍ତି ତେଜସ୍ବୀ ।