କୋଲକାତାରେ ବିରୋଧୀ ଭେଟଘାଟ, ଦିଦିଙ୍କୁ ଭେଟିଲେ ଶାଲ୍‌ ଦେଲେ ନୀତିଶ

କୋଲକାତା: ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀ ଏକତାର ଚାଣକ୍ୟ ସାଜିଛନ୍ତି ନୀତୀଶ କୁମାର। କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ନୀତୀଶ କୁମାର ଓ ତେଜସ୍ବୀ ଯାଦବ। ଦିଦିଙ୍କୁ ଭେଟିବା ସହ ଶାଢ଼ୀ ଉପହାର ଦେଇଛନ୍ତି ନୀତୀଶ । ସେହିପରି ମମତା ନୀତୀଶଙ୍କୁ ଶାଲ୍ ଭେଟି ଦେଇଛନ୍ତି ।

ପୂର୍ବରୁ ଦିଲ୍ଲୀରେ ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିଥିଲେ ନୀତୀଶ । ଅଣଏନଡିଏ ଦଳ ମୁଖ୍ୟଙ୍କୁ ଭେଟି ୨୦୨୪ରେ ବିଜେପିକୁ ଚେକ୍ ଦେବାକୁ ରଣନୀତି ନେଇ ଆଲୋଚନା କରୁଛନ୍ତି।