ମୁଖ୍ୟମନ୍ତ୍ରୀଙ୍କ ବାସଭବନର ୨୨% କର୍ମଚାରୀଙ୍କୁ କରୋନା, ୨ ଉପମୁଖ୍ୟମନ୍ତ୍ରୀ ବି ସଂକ୍ରମିତ

BJP Bihar Plan Nitish Kumar To Rajya Sabha

ପାଟଣା: ବିହାରରେ ପ୍ରଭାବ ଦେଖାଉଛି କରୋନାର ତୃତୀୟ ପ୍ରବାହ । ତାଜା ସୂଚନା ଅନୁସାରେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନର ୨୨ ପ୍ରତିଶତ କର୍ମଚାରୀ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଏହା ପୂର୍ବରୁ ନୀତିଶଙ୍କ ସହ କ୍ୟାବିନେଟ୍ ବୈଠକ ପୂର୍ବରୁ ୪ ଜଣ ମନ୍ତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ଏଥିସହ ପଢ଼ନ୍ତୁ: ଦିଲ୍ଲୀରେ କରୋନାର ପଞ୍ଚମ ପ୍ରବାହ, ଆଜି ୧୦ ହଜାରରୁ ଅଧିକ ମାମଲା ଆସିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଶଙ୍କା

ବିହାରର ୨ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ ଓ ତାର କିଶୋର ପ୍ରସାଦଙ୍କ ସହ ଅବକାରୀ ମନ୍ତ୍ରୀ ସୁନୀଲ କୁମାର ଏବଂ ଭବନ ନିର୍ମାଣ ମନ୍ତ୍ରୀ ଅଶୋକ ଚୌଧୁରୀ କରୋନା ସଂକ୍ରମିତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, କ୍ୟାବିନେଟ୍ ବୈଠକ ପୂର୍ବରୁ ସମସ୍ତ ମନ୍ତ୍ରୀଙ୍କୁ କରୋନା ଟେଷ୍ଟ କରି ଆସିବାକୁ କୁହାଯାଇଛି ।

ଉପମୁଖ୍ୟମନ୍ତ୍ରୀ ତାର କିଶୋର ପ୍ରସାଦ କହିଛନ୍ତି, ମୋ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ଏବେ ମୁଁ ଘରେ କ୍ୱାରେଣ୍ଟାଇନରେ ଅଛି । ତାଙ୍କ ସହ ସମ୍ପର୍କରେ ଆସିଥିବା ଲୋକଙ୍କୁ ଟେଷ୍ଟ କରିବାକୁ କହିଛନ୍ତି ତାର କିଶୋର । ବିହାରରେ ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ମଙ୍ଗଳବାର କଡ଼ା ପ୍ରତିବନ୍ଧକ ଲାଗୁ ହୋଇଥିଲା । ନାଇଟ୍ କର୍ଫ୍ୟୁ ଲାଗୁ ସହ ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନ ବାରଣ କରାଯାଇଥିଲା । ଏଥିସହ ସିନେମା ହଲ୍ ବନ୍ଦ କରାଯାଇଛି ।

Leave a Reply