spot_img

Latest Posts

ବିହାର ନିର୍ବାଚନରେ ହାଇପ୍ରୋଫାଇଲ ଟକ୍କର; ମଇଦାନରେ ହେଭିୱେଟଙ୍କ ପୁଅ, ବୋହୂ, ପତ୍ନୀ, ନାତୁଣୀ

ନନ୍ଦିଘୋଷ ବ୍ୟୁରୋ: ବିହାର ନିର୍ବାଚନରେ ହାଇପ୍ରୋଫାଇଲ ଟକ୍କର। ମଇଦାନରେ ହେଭିୱେଟଙ୍କ ପୁଅ, ବୋହୂ, ପତ୍ନୀ, ନାତୁଣୀ ପ୍ରମୁଖ। ପାରିବାରିକ ରାଜ୍ ଲାଗି ପ୍ରାର୍ଥିତ୍ବ ଲାଗିଛି ବାଜି। ପ୍ରାୟ ସମସ୍ତ ଦଳ ପକ୍ଷରୁ ବଂଶାନୁଭିତ୍ତିକ ପ୍ରତିପତ୍ତି ଲାଗି ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ପ୍ରାର୍ଥୀ। ରାଘୋପୁରରୁ ଲଢୁଛନ୍ତି ଆରଜେଡି ନେତା ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଫେସ ତେଜସ୍ବୀ ଯାଦବ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ। ସେହିପରି ମହୁଆରୁ ଜନଶକ୍ତି ଜନତା ଦଳରୁ ଲଢୁଛନ୍ତି ଲାଲୁଙ୍କ ପୁଅ ତେଜପ୍ରତାପ। ଝଞ୍ଝାରପୁରରେ ବିଜେପିରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପୁଅ ନୀତୀଶ ମିଶ୍ର। ରଘୁନାଥପୁରରୁ ଆରଜେଡିରୁ ଲଢୁଛନ୍ତି ପୂର୍ବତନ ଗ୍ୟାଙ୍ଗଷ୍ଟର ଶାହାବୁଦ୍ଦିନଙ୍କ ପୁଅ ଓସାମା ସାହାବ। ବେଲହାରରେ ଆରଜେଡିରୁ ଲଢୁଛନ୍ତି ଜେଡିୟୁ ସାଂସଦ ଗିରିଧାରୀ ପ୍ରସାଦ ଯାଦବଙ୍କ ପୁଅ ଚାଣକ୍ୟ ପ୍ରସାଦ ରଞ୍ଜ।

ନବୀନ ନଗରରେ ଜେଡିୟୁରୁ ପ୍ରାର୍ଥୀ ଅଛନ୍ତି ସାଂସଦ ଲଭଲି ଆନନ୍ଦଙ୍କ ପୁଅ ଚେତନ ଆନନ୍ଦ। ମୋରୱାରୁ ଜନ ସୂରାଜ ପାର୍ଟି ଟିକେଟରେ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ନାତୁଣୀ ଜାଗ୍ରୁତି ଠାକୁର। ସାସାରାମରେ ଆରଏଲଏମରୁ ଲଢୁଛନ୍ତି ଦଳର ସୁପ୍ରିମୋ ଉପେନ୍ଦ୍ର କୁସୱାହାଙ୍କ ପତ୍ନୀ ସ୍ନେହଲତା କୁଶୱାହା। ଇମାମଗଞ୍ଜରେ ହାମ ଟିକେଟରେ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ଜିତନରାମ ମାଞ୍ଝିଙ୍କ ବୋହୂ ଦୀପା। ସେହିପରି ଏଲଜେପି(ଆର) ସାଂସଦ ବୀଣା ଦେବୀଙ୍କ ଝିଅ କୋମଲ ସିଂ ଜେଡିୟୁରୁ ଲଢୁଛନ୍ତି ଗାଇଘାଟ ଆସନରେ।

Latest Posts

Don't Miss