ନୀତିଶଙ୍କ ପାଇଁ ବିହାର ଛୋଟ, ହେଲେ ଦେଶ ବିରାଟ: କାହିଁକି ଏପରି କହିଲେ ଦିଗବିଜୟ!
1 min readନୂଆଦିଲ୍ଲୀ: ‘ନୀତିଶ ବାବୁ । ଆପଣଙ୍କ ପାଇଁ ବିହାର ଛୋଟ ହୋଇ ଯାଉଛି । ଆପଣ ଜାତୀୟ ରାଜନୀତିକୁ ଆସନ୍ତୁ । ସମାଜବାଦୀ ଏବଂ ଧର୍ମନିରପକ୍ଷ ବିଚାର ରଖୁଥିବା ଲୋକମାନଙ୍କୁ ଏକାଠି କରନ୍ତୁ । ଭାଜପା ଏବଂ ସଂଘ(ଆରଏସଏସ) କବଳରୁ ନିଜକୁ ମୁକ୍ତ କରନ୍ତୁ । ବିଜେପି ଏକ ନିର୍ମୂଳି ଲତା, ଯାହା ସହ ରହିଛି । ସେହି ଦଳକୁ ସର୍ବନାଶ କରି ଦେଇଛି । ଆପଣଙ୍କ ପାଖରେ ବହୁତ ସମୟ ରହିଛି । ଆପଣ ଏହି କଥା ଉପରେ ଟିକେ ବିଚାର କରନ୍ତୁ ।‘ ଏହିପରି କେତେକ ଭାବ ଗମ୍ଭୀର କଥା ଟୁଇଟ୍ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ।
ସେହିପରି ନୀତିଶ କୁମାରଙ୍କୁ ସେ ତେଜସ୍ୱୀ ଯାଦବଙ୍କୁ ଆର୍ଶୀବାଦ କରିବା ପାଇଁ ଅନୁରୋଧ କରିଛନ୍ତି । ନିର୍ବାଚନ ଫଳାଫଳର ଗୋଟିଏ ଦିନ ପରେ ଦିଗବିଜୟଙ୍କ ଏପରି ଟୁଇଟ୍ ରାଜନୈତିକ ଭିନ୍ନ ଦିଗକୁ ପ୍ରଦର୍ଶିତ କରୁଛି । କାରଣ ଅଧିକ ଆସନ ସହ ବଡ଼ ଭାଇ ପଣିଆ ଜାହିର କରିଆସୁଥିବା ଜେଡିୟୁ ଆଜି ଜନିୟର ପାର୍ଟନର । ବିଜେପି ଆଖି ଦେଖାଇବା ପାଇଁ ଆସନର ଦମ୍ଭ ନାହିଁ । ଏହି ପରିସ୍ଥିତିରେ ଅନେକ ନିଷ୍ପତ୍ତିରେ ତାଙ୍କୁ ବିଜେପି ଉପରେ ନିର୍ଭର କରିବାକୁ ପଡିବ । ଏମିତି ବି ଜେଡିୟୁ କାର୍ଯ୍ୟକର୍ତ୍ତାଙ୍କୁ ତୃଣମୂଳରେ ଭାଜପା କାର୍ଯ୍ୟକର୍ତ୍ତା ସମାଲୋଚନା କରିବା ଆରମ୍ଭ କଲେଣି ।
ଏହି ନିର୍ବାଚନ ଏନଡିଏ ସପକ୍ଷରେ ଯାଇଥିଲେ ବି ନୀତିଶଙ୍କ ବିପକ୍ଷରେ ରହିଥିଲା । ତାହା ପ୍ରମାଣିତ ହୋଇଯାଇଛି । ତେଣୁ ନିଜର ରାଜନୈତିକ ପ୍ରତିଷ୍ଠାକୁ ବଜାୟ ରଖିବା ପାଇଁ ନୀତିଶ ନିଜର ଅନ୍ତରାତ୍ମା କଥା ଶୁଣନ୍ତୁ ବୋଲି ଦିଗବିଜୟ କହିଛନ୍ତି ।
मैं संघ की विचारधारा का घोर विरोधी हूँ क्योंकि वह भारत की सनातनी परंपराओं व सनातन धर्म की मूल भावना के विपरीत है।यह देश सबका है।
लेकिन फिर भी मैं उनकी इस बात की प्रशंसा भी करता हूँ कि वे अपने लक्ष्य और अपनी विचारधारा के साथ समझौता नहीं करते। केवल समाज को बॉंट कर राजनीति करते हैं।— digvijaya singh (@digvijaya_28) November 11, 2020
ସେହିପରି ଜେପି, ମଣ୍ଡଳ ଆନ୍ଦୋଳନ ସମୟରେ ଲାଲୁ ଯାଦବଙ୍କ ସହ କଟିଥିବା ତାଙ୍କ ଅତୀତର ମଧ୍ୟ ସ୍ମୃତିଚାରଣ କରାଇଛନ୍ତି ଦିଗବିଜୟ । ହେଲେ ଦିଗବିଜୟଙ୍କ ଏପରି ମନ୍ତବ୍ୟ ପରେ ଭାଜପା ନେତା ରବିଶଙ୍କର ପ୍ରସାଦ ଏହାକୁ ପରାଜୟର ପୀଡା ବୋଲି ଅଭିହିତ କରିଛନ୍ତି ।