ପୁଅ ଆଶାରେ ଅଧିକ ଝିଅଙ୍କୁ ଜନ୍ମ ଦେଇଥିବା ନୀତିଶଙ୍କ ମନ୍ତବ୍ୟ ଉପରେ କ’ଣ କହିଲେ ତେଜସ୍ୱୀ

1 min read

ପାଟନା: ନଦୀରୁ ବୋହି ଯାଇଥିବା ପାଣି, ଧନୁରୁ ଖସି ଯାଇଥିବା ତୀର ଏବଂ ପାଟିରୁ ବାହାରି ଯାଇଥିବା କଥା ଆଉ ଫେରାଇ ହୁଏନାହିଁ । ତେଣୁ କୌଣସି ପ୍ରସଙ୍ଗରେ ମତ ଦେବା ବେଳେ ଶତତ ସତର୍କ ହେବା ଜରୁରୀ । ଆଉ ରହିଲା ରାଜନୀତିରେ ବାକ୍ ସଞ୍ଜମତା । ଯେଉଁଠି ଅଧିକ ମାତ୍ରାରେ ଏହା ଆବଶ୍ୟକ । ହେଲେ ସାମ୍ପ୍ରତିକସ୍ଥିତିରେ ରାଜନୀତିରେ ବାକ୍ ସଞ୍ଜମତା ଦିନକୁ ଦିନ ହ୍ରାସ ପାଉଥିବା ମନେ ହୁଏ ।

Bihar Election

ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ପୂର୍ବରୁ ସୋମବାର ସନ୍ଧ୍ୟାରେ ନିର୍ବାଚନୀ ପ୍ରଚାର ଶେଷ ହୋଇଛି । ଏହି ପ୍ରଚାର ପର୍ବରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚିରାଚରିତ ଭାବେ ବକ୍ତବ୍ୟ ନ ରଖି ତେଜସ୍ୱୀ ଯାଦବ ଏବଂ ତାଙ୍କ ପରିବାରକୁ କଠୋର ସମାଲୋଚନା କରିଛନ୍ତି । ଏହି ସମାଲୋଚନାରେ ସେ ଅନେକ ଆପତ୍ତିଜନକ ଏବଂ ଅରୁଚିରକର ମନ୍ତବ୍ୟ ରଖିଛନ୍ତି ।

ନିକଟରେ ଲାଲୁ ଯାଦବଙ୍କୁ ପରୋକ୍ଷରେ ସମାଲୋଚନା କରିବାକୁ ଯାଇ ନୀତିଶ ଗୋଟିଏ ରାଜନୈତିକ ସଭାରେ କହିଥିଲେ ଯେ, ଏମିତି ଲୋକ ଅଛନ୍ତି । ଯେଉଁମାନଙ୍କର ଝିଆ ମାନଙ୍କ ଉପରେ ଭରସା ନାହିଁ । ଏହି ଲୋକମାନେ ହିଁ ପୁଅ ପାଇଁ ବହୁତ ଝିଅଙ୍କୁ ଜନ୍ମ ଦେଇ ଦେଲେ । ଇଏ କ’ଣ ଝିଅମାନଙ୍କୁ ସମ୍ମାନ ଦେବେ । ଇଏ କୋଉଭଳିଆ ବିହାର ଚାହୁଁଛନ୍ତି । କାହାକୁ ତ ଚିନ୍ତା ନାହିଁ ବିହାରର । ଏଥିପାଇଁ ୮-୮ ଏବଂ ୯-୯ ପିଲା ଜନ୍ମ କରିଛନ୍ତି । ଝିଅ ମାନଙ୍କ ଉପରେ ଭରସା ହିଁ ନାହିଁ । ବହୁତ ଝିଅ ହେବା ପରେ ପୁଅ ହେଲା ବୋଲି ନୀତିଶ କହିଥିଲେ । ଏହାର ଜବାବ ରଖିବାକୁ ଯାଇ ତେଜସ୍ୱୀ କିନ୍ତୁ ଆକ୍ରମଣାତ୍ମକ ହୋଇ ନ ଥିଲେ । ନୀତିଶଙ୍କ ଏହି ବାକ୍ୟବାଣକୁ ଭିନ୍ନ ରୂପରେ ଉତ୍ତର ଦେଇଥିଲେ । ତେଜସ୍ୱୀ କହିଥିଲେ ଯେ,  ନୀତିଶ କୁମାର ମହିଳା ସମାଜର ଅପମାନ କରିଛନ୍ତି । ନୀତିଶ ଆମ ମାଆଙ୍କୁ ଅସମ୍ମାନ କରିଛନ୍ତି । ପ୍ରଥମଥର ପାଇଁ କୌଣସି ନିର୍ବାଚନୀ ସଭାରେ ନୀତିଶ ଲାଲୁ ଯାଦବଙ୍କ ପରିବାର ଉପରେ ଏପରି ଆକ୍ରମଣ କରିଛନ୍ତି । ଏହା ତାଙ୍କର ମାନସିକ ଏବଂ ଶାରୀରିକ ଅସୁସ୍ଥତାକୁ ଦର୍ଶାଉଛି । ଆଉ ରହିଲା ଅଧିକ ଛୁଆ ଜନ୍ମ କରିବା କଥା ।

ନୀତିଶ କୁମାର ପରୋକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । କାରଣ ପ୍ରଧାନମନ୍ତ୍ରୀଙ୍କର ୬ ଭାଇଭଉଣୀ ରହିଛନ୍ତି । ତେଣୁ ପ୍ରକୃତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଉନାହିଁ । ସେହିପରି ନୀତିଶ କୁମାର ମୋର ଗୁରୁଜନ । ତାଙ୍କ ଗାଳି ମୋ ପାଇଁ ଆଶୀର୍ବାଦ ହେବ ବୋଲି ତେଜସ୍ୱୀ କହିଛନ୍ତି ।

ଇଏ କେବଳ ନୀତିଶ-ତେଜସ୍ୱୀଙ୍କ କଥା ନୁହେଁ । ବିହାର ନିର୍ବାଚନରେ ଏମିତି ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଖିବାକୁ ମିଳିଛି । ଏମିତି କି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିହାରରେ ଆରଜେଡି ଶାସନ ଆସିଲେ, ଆତଙ୍କବାଦୀମାନେ ଆସି ରହିବେ ବୋଲି ମନ୍ତବ୍ୟ ଦେଇଥିଲେ । ନୀତିଶ ପୂର୍ବରୁ ତେଜସ୍ୱୀଙ୍କୁ ଚାକିରୀ ପାଇଁ ଟଙ୍କା କେଉଁଠୁ ଆଣିବେ ବୋଲି କହିଥିଲେ । ଟଙ୍କା କ’ଣ ଜେଲରୁ ଆଣିବ ବୋଲି ପ୍ରଶ୍ନ କରିଥିଲେ । ଛାପ୍ରା ଏବଂ ମହୁଆ ଅଞ୍ଚଳରେ ପ୍ରଚାର ସମୟରେ ନୀତିଶ ସଭାରେ ତାଙ୍କୁ ବିଷେଦଗାର କରାଯାଇଥିଲା । ଏଥିରେ ନୀତିଶ କ୍ଷୁବ୍ଧ ହୋଇ କାହିଁକି ଏପରି କରୁଛ । ଯାହାର ଜିନ୍ଦାବାଜ କରୁଛ । ତାକୁ ଶୁଣିବାକୁ ଯାଉନ ବୋଲି କହି ରାଗି ଯାଇଥିଲେ ।

Bihar Election

ପ୍ରଥମ ପର୍ଯ୍ୟାୟ ପରେ ଆଉ ୨ଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ରହିଛି । ତେଣୁ ଆଗକୁ ଏପରି ଅଧିକ ଅରୁଚିକର ମନ୍ତବ୍ୟ ଶୁଣିବାକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଥିଲେ ।

 

Leave a Reply