କୋଭିଡ୍ ସଂକ୍ରମିତ ବିହାର ମୁଖ୍ୟ ଶାସନ ସଚିବ ଅରୁଣ ସିଂଙ୍କ ଦେହାନ୍ତ

ପାଟଣା: କରୋନାରେ ପ୍ରାଣ ହରାଇଛନ୍ତି ବିହାରର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂ । ୧୯୮୪ ବ୍ୟାଚର ଆଇଏଏସ୍ ଅଫିସର ଅରୁଣ ସିଂଙ୍କ ଦେହାନ୍ତ ହୋଇଛି । ପାଟଣାର ଏଚଏମଆରଆଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ମୁଖ୍ୟ ଶାସନ ସଚିବ ଅରୁଣ ସିଂଙ୍କ ଦେହାନ୍ତରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୋକବ୍ୟକ୍ତ କରିଛନ୍ତି । ଏହା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ରବି ଶଙ୍କର ଚୌଧରୀଙ୍କ ମୃତ୍ୟୁ କରୋନାରେ ହୋଇଥିଲା ।
ସୂଚନା ଅନୁସାରେ, ଏପ୍ରିଲ୍ ୧୫ ତାରିଖରେ ବିହାର ମୁଖ୍ୟ ଶାସନ ସଚିବ ଅରୁଣ ସିଂଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ଯାହାପରେ ସେ ପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।