Election: ଥରେ ଜିତିଲେ ସମ୍ପତ୍ତି ବଢ଼ୁଛି ୨ ଗୁଣା

Bihar Assembly Election 2020 Winning Candidate Money Rich

ପାଟଣା: ଆପଣ ମାନନ୍ତୁ ଅବା ନ ମାନନ୍ତୁ । କିନ୍ତୁ ଏହା ସତ । ବିହାରରେ ସାଂସଦ ଅଥବା ବିଧାୟକ, ନିର୍ବାଚନ ଜିତିବା ପରେ ଲକ୍ଷ୍ମୀ ସେମାନଙ୍କ ଉପରେ ବେଶୀ କୃପା କରନ୍ତି । ଆମେ ଏକଥା କହୁନୁ । ଇଲେକ୍ସନ୍ ୱାଚ୍ ଓ ଏଡିଆର ପକ୍ଷରୁ ଦେଶ ଓ ରାଜ୍ୟରେ ହେଉଥିବା ନିର୍ବାଚନ ଓ ନେତାଙ୍କୁ ନେଇ ଅଧ୍ୟୟନ, ନାମାଙ୍କନ ପତ୍ରରେ ବ୍ୟକ୍ତିଗତ ତଥ୍ୟ, ଆର୍ଥିକ ଓ ଅପରାଧିକ ସୂଚନାରୁ ଏହା ଜଣାପଡ଼ିଛି ।

Beware Of Banking Fraud RBI Give Instruction About How To Secure Your Money From Bank Frauds

ସମ୍ପତ୍ତିରେ ହାରାହାରି ୨ଗୁଣା ବୃଦ୍ଧି

ଇଲେକ୍ସନ୍ ୱାଚ୍ ଓ ଏଡିଆର୍ ବିହାରକୁ ନେଇ ତାଜା ରିପୋର୍ଟ ଦେଇଛନ୍ତି । ୨୦୦୫ରୁ ନେଇ ଏବେ ଯାଏଁ ହୋଇଥିବା ନିର୍ବାଚନରେ ବିହାରରେ ୧୦ ହଜାର ୭୮୫ ଜଣ ନେତା ଭାଗ ନେଇଛନ୍ତି । ସମସ୍ତଙ୍କ ସମ୍ବନ୍ଧରେ ବିଶ୍ଲେଷଣ ପରେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ତଥ୍ୟ । ବିଗତ ୧୫ ବର୍ଷ ମଧ୍ୟରେ ନିର୍ବାଚନ ଲଢ଼ିଥିବା ନେତାଙ୍କ ହାରାହାରି ସମ୍ପତ୍ତି ୧.୦୯ କୋଟି ଟଙ୍କା ଥିଲା । ଏଥିରେ ନିର୍ବାଚନ ଜିତିଥିବା ସାଂସଦ ଓ ବିଧାୟକଙ୍କ ସମ୍ପତ୍ତି ପରେ ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଛି । ଏବେ ହାରାହାରି ସମ୍ପତ୍ତି ହେଉଚି ୨.୨୫ କୋଟି । ଅର୍ଥାତ୍ କୌଣସି ବି ନେତାଙ୍କ ନିକଟରେ ନିର୍ବାଚନ ପୂର୍ବରୁ ୧.୦୯ କୋଟି ଟଙ୍କାର ସମ୍ପତ୍ତି ଥିଲେ ଜିତିବା ପରେ ପରବର୍ତ୍ତୀ ନିର୍ବାଚନ ମଧ୍ୟରେ ଏହା ବୃଦ୍ଧି ପାଇ ୨.୨୫ କୋଟି ହୋଇ ଯାଉଛି ।

Money Rich

ଯେତେ ଅଧିକ ଅଭିଯୋଗ, ସେତେ ଜିତିବା ସମ୍ଭାବନା ଅଧିକ

ରିପୋର୍ଟ ଅନୁସାରେ, ୨୦୦୫ରୁ ଏବେ ଯାଏଁ ୧୦ ହଜାର ୭୮୫ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି । ଏହି ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ପ୍ରତିଶତ ନାମାଙ୍କନ ପତ୍ରରେ ନିଜ ନାଁରେ ଅପରାଧିକ ମାମଲା ଥିବା ଦର୍ଶାଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦ ପ୍ରତିଶତଙ୍କ ବିରୋଧରେ ରହିଛି ସଙ୍ଗୀନ ଅଭିଯୋଗ । ଜିତିଥିବା ୮୨୦ ସାଂସଦ ଓ ବିଧାୟକଙ୍କୁ ନେଇ ହୋଇଥିବା ବିଶ୍ଲେଷଣରୁ ଜଣାପଡ଼ିଲା ବିଜୟୀ ୫୭ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକ ମାମଲା । ଏଥିରୁ ୩୬ ପ୍ରତିଶତଙ୍କ ବିରୋଧରେ ସଙ୍ଗୀନ ଅପରାଧ ମାମଲା ରହିଛି । ଅର୍ଥାତ୍ ଅଧିକ ଅପରାଧିକ ଘଟଣାରେ ଜଡ଼ିତ, ସମ୍ପୃକ୍ତ ପ୍ରାର୍ଥୀ ଜିତିଛନ୍ତି ।

Bihar Assembly Election 2020 Winning Candidate Money Rich

ଶିକ୍ଷିତ ପ୍ରାର୍ଥୀଙ୍କ ନାଁରେ ବେଶୀ ଅଭିଯୋଗ

ଏହି ରିସର୍ଚ୍ଚରେ ଶିକ୍ଷା ଓ ଅପରାଧକୁ ନେଇ ତୁଳନାତ୍ମକ ଅଧ୍ୟୟନ କରାଯାଇଥିଲା । ସେଥିରୁ ଯାହା ଜଣାପଡ଼ିଲା ତାହା ଅତି ରୋଚକ । ନିର୍ବାଚନ ମୈଦାନକୁ ଡେଇଁଥିବା ସ୍ନାତକ ଓ ଉଚ୍ଚଶିକ୍ଷା ଲାଭ କରିଥିବା ୩୩ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା । ସେଥିରୁ ୨୧ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଗମ୍ବୀର ଅପରାଧିକ ମାମଲା ରହିଛି । କମ୍ ଶିକ୍ଷିତ ଅର୍ଥାତ୍ ଦ୍ୱାଦଶ ଯାଏଁ ପଢ଼ିଥିବା ୨୯ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ଅଭିଯୋଗ ରହିଥିବା ବେଳେ ୨୦ ପ୍ରତିଶତଙ୍କ ନାଁରେ ଗମ୍ଭୀର ଅଭିଯୋଗ ରହିଛି । ଅର୍ଥାତ୍ ଯେଉଁ ପ୍ରାର୍ଥୀ ଅଧିକ ପଢ଼ିଛନ୍ତି ସେମାନଙ୍କ ଅଧିକ ଅପରାଧିକ ଅଭିଯୋଗ ରହିଛି ।

Leave a Reply