spot_img

Latest Posts

Dry State Bihar VS Maharastra : ବିହାରରେ ମଦ ବିକ୍ରି ହେଉନି କିନ୍ତୁ ମହାରାଷ୍ଟ୍ରଠାରୁ ଅଧିକ ମଦ୍ୟପ !

ନୂଆଦିଲ୍ଲୀ: ବିହାରକୁ ଡ୍ରାଏ ଷ୍ଟେଟ୍ ଘୋଷଣା କରାଯାଇଛି। ଅର୍ଥାତ୍ ଏଠାରେ ମଦ ବିକ୍ରି ଓ ମଦ୍ୟପାନକୁ ବ୍ୟାନ୍ କରିଛନ୍ତି ରାଜ୍ୟ ସରକାର। ହେଲେ ବ୍ୟାନ୍ ପରେ ଅଧିକ ଲୋକ ମଦ୍ୟାପାନ କରୁଥିବା ରିପୋର୍ଟ ଦେଇଛି NFHS। ମହାରାଷ୍ଟ୍ର ଅପେକ୍ଷା ବିହାରର ଅଧିକ ପୁରୁଷ ମଦ୍ୟପାନ କରନ୍ତି ବୋଲି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ରିପୋର୍ଟ ମୁତବାକ, ବିହାରରେ ନିଷେଧାଦେଶ ଜାରି ହୋଇଥିବା ସତ୍ତ୍ୱେ ସେଠାରେ ମହାରାଷ୍ଟ୍ର ଅପେକ୍ଷା ଅଧିକ ପୁରୁଷ ମଦ୍ୟପାନ କରୁଛନ୍ତି।  ସହରାଞ୍ଚଳରେ ପ୍ରାୟ ୧୪ ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିବା ବେଳେ ଗ୍ରାମାଞ୍ଚଳରେ ୧୫.୮ ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିବା ଏହି ରିପୋର୍ଟ କହିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ୧୫ ବା ତା’ଠୁ ଅଧିକ ବୟସର ଯୁବକ। ତେବେ ଉଭୟ ବିହାର ଓ ମହାରାଷ୍ଟ୍ରରେ ମଦ୍ୟପାନ କରୁଥିବା ମହିଳାଙ୍କ ସଂଖ୍ୟା ସମାନ ରହିଛି।

୨୦୧୬ ଏପ୍ରିଲରୁ ବିହାରରେ ମଦ ବିକ୍ରି ଓ ମଦ୍ୟପାନକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିଛନ୍ତି ରାଜ୍ୟ ସରକାର। ୨୦୧୦-୨୦ ସର୍ଭେ ରିପୋର୍ଟରୁ ଏହି ରିପୋର୍ଟ ଆସିବା ପରେ ବିହାର ସରକାରଙ୍କ ଚିନ୍ତା ବଢ଼ିଯାଇଛି। ରାଜ୍ୟ ବାହାରେ ଥିବା ବ୍ୟକ୍ତିଙ୍କ ସମେତ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାରର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Latest Posts

Don't Miss