୮୪ ବର୍ଷର ବୃଦ୍ଧ ପ୍ରଶାସନକୁ ଚକମା ଦେଇ ୧୧ଥର କେମିତି ନେଲେ କୋଭିଡ୍ ଟିକା ?

Bihar 84 Years Old Man Claims Has Administrated Covid Vaccine 11 Times

ପାଟଣା: କରୋନା କବଚ, କୋଭିଡ୍ ଟିକା । ଯାହାକୁ ନେବାକୁ ଡରୁଛନ୍ତି ଲୋକେ । ଟିକା ନେବାକୁ ଡରି କିଏ ଗଛ ଉପରେ ଚଢ଼ିଲାଣି ତ ଆଉ କିଏ ଇଞ୍ଜେକ୍ସନ୍ ଦେଖି ଦୌଡ଼ି ପଳାଇଲାଣି । ଏମିତି ଅନେକ ଦୃଶ୍ୟ ଆପଣ ପୂର୍ବରୁ ଦେଖିଥିବେ ଆଉ ଶୁଣିଥିବେ ମଧ୍ୟ । ଏବେ ଦେଖି ନିଅନ୍ତୁ ଏହି ୮୪ ବର୍ଷୀୟ ବୃଦ୍ଧଙ୍କୁ । ଘର ବିହାରର ମାଧେପୁରାରେ । ନାମ ବ୍ରହ୍ମଦେବ ମଣ୍ଡଳ ।

Bihar 84 Years Old Man Claims Has Administrated Covid Vaccine 11 Times

ଗୋଟିଏ ଆଧାର କାର୍ଡ ଓ ଆଉ ଗୋଟିଏ ମୋବାଇଲ୍ ନମ୍ବରରେ ସେ ୧୧ ଥର  କୋଭିଡ୍ ଟିକା ନେଇ ସାରିଲେଣି ବ୍ରହ୍ମଦେବ । ଟିକା ନେବା ପରେ ତାଙ୍କୁ ଅନେକ ଫାଇଦା ହୋଇଥିବା କହୁଛନ୍ତି ବ୍ରହ୍ମଦେବ । ଥଣ୍ଡା, ଜର ଛାଡ଼ିବା ସହ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଛି । ଯେଉଁଥିପାଇଁ ବାରମ୍ବାର କୋଭିଡ୍ ଟିକା ନେଉଥିବା ଦାବି କରିଛନ୍ତି ବ୍ରହ୍ମଦେବ । ନିକଟରେ ସେ ୧୨ତମ କୋଭିଡ୍ ଟିକା ନେବାକୁ ଯାଇଥିଲେ । ଟିକାକରଣ ବନ୍ଦ ଥିବାରୁ ଭ୍ୟାକ୍ସିନ୍ ନେଇପାରି ନଥିଲେ ।

Bihar 84 Years Old Man Claims Has Administrated Covid Vaccine 11 Times

ସରକାରଙ୍କ ନିୟମ ଅନୁଯାୟୀ ଜଣେ କୋଭିଡ୍ ଟିକାର ୨ଟି ଡୋଜ୍ ନେବେ । ଏବେ ବହୁରୋଗରେ ଆକ୍ରାନ୍ତ ୬୦ ବର୍ଷରୁ ଅଧିକ ବୟସ୍କ କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ନେଇ ପାରିବେ । ତେବେ ବ୍ରହ୍ମଦେବ କିଭଳି ୧୧ ଥର କୋଭିଡ୍ ଟିକା ନେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏନେଇ ଅଭିଯୋଗ ଆସିବା ପରେ ବ୍ରହ୍ମଦେବଙ୍କ ଦାବିର ଯାଞ୍ଚ କରାଯାଉଥିବା କହିଛନ୍ତି ମାଧେପୁରା ଡକ୍ଟର ଅମରେନ୍ଦ୍ର ପ୍ରତାପ ସାହି ।

Leave a Reply