spot_img

Latest Posts

ହୋଇପାରେ ଆତଙ୍କବାଦୀଙ୍କ ବଡ଼ ଆକ୍ରମଣ, ଉରିରେ ଜାରି ହେଲା ହାଇ ଆଲର୍ଟ

ନୂଆଦିଲ୍ଲୀ: ବିପୁଳ ଅସ୍ତ୍ରଶସ୍ତ୍ର ସହ ଭାରତରେ ପ୍ରବେଶ କରିବା ଲାଗି ଆତଙ୍କବାଦୀଙ୍କ ସବୁଠାରୁ ବଡ ଉଦ୍ୟମ। ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଜାମ୍ମୁ ଓ କାଶ୍ମୀରର ଉରି ସେକ୍ଟରରେ ବ୍ୟାପକ ସତର୍କତା। ଉରି ସେକ୍ଟରରେ ପ୍ରଥମ ଥର ଲାଗି ଇଣ୍ଟରନେଟ ଓ ମୋବାଇଲ ଫୋନ ସେବାକୁ ୩୬ ଘଣ୍ଟା ଲାଗି ରଦ୍ଦ କରାଯାଇଛି। ଗତ ୨୦୧୬ ସେପ୍ଟେମ୍ବର ୧୮ରେ ଉରି ସେକ୍ଟରର ଏକ ସାମରିକ କ୍ୟାମ୍ପରେ ଦୁଇ ଜଣ ଆତ୍ମଘାତୀ ବାହିନୀ ବିସ୍ଫୋରଣ ଘଟାଇଥିଲେ। ଏବଂ ଏଥିରେ ୧୯ଜଣ ଯବାନ ସହିଦ ହୋଇଥିଲେ। ଏହି ଲୋମହର୍ଷକ ଘଟଣାର ଷଷ୍ଠ ବାର୍ଷିକୀରେ ଆତଙ୍କବାଦୀ ପୁଣି ହମଲା କରିବାକୁ ଯୋଜନା କରୁଛନ୍ତି ବୋଲି ସୂଚନା ମିଳିବା ପରେ ସେନାବାହିନୀ ସତର୍କ ହୋଇଛି।

ନିୟନ୍ତ୍ରଣ ରେଖା ବା ଏଲଓସି ଦେଇ ଏହି ଆତଙ୍କବାଦୀମାନେ ପଶିବା ଲାଗି ଉଦ୍ୟମ କରିଛନ୍ତି ବୋଲି ଗୁଇନ୍ଦା ତଥ୍ୟ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି। ଉରି ସେକ୍ଟରର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ, ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଆରମ୍ଭ ହୋଇଛି। ବ୍ୟାପକ ଅଞ୍ଚଳରେ କର୍ଡନ ବ୍ୟବସ୍ଥା କରାଯାଇ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଲେଫ୍ଟନାଣ୍ଟ ଜେନରାଲ ଡି.ପି. ପାଣ୍ଡେ କହିଛନ୍ତି ଉରି ସେକ୍ଟରରେ ପ୍ରବେଶ କରିବା ଲାଗି ଆତଙ୍କବାଦୀ ଉଦ୍ୟମ କରିଛନ୍ତି। ସେମାନଙ୍କ ସମ୍ଭାବ୍ୟ ମୁକାବିଲା ଲାଗି ସେନାବାହିନୀ ସତର୍କ ରହିଛି। ପ୍ରାୟ ୬ ଜଣ ଆତଙ୍କବାଦୀ କୌଣସି ମତେ ଭାରତରେ ପଶିଛନ୍ତି ଏବଂ ସେମାନଙ୍କ ଗୁଳିରେ ଜଣେ ଯବାନ ଆହତ ହୋଇଛନ୍ତି ବୋଲି କୁହାଯାଇଛି।

Latest Posts

Don't Miss