spot_img

Latest Posts

ଭାରତରେ ଚାଲିଛି ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମର ନିର୍ମାଣ: ଯେଉଁଠି ଦର୍ଶକଙ୍କୁ ମିଳିବ ଅପୂର୍ବ ଆନନ୍ଦ

ଅହମ୍ମଦାବାଦ: ବିଶ୍ଵ କ୍ରିକେଟରେ ସୃଷ୍ଟି ହେବ ନୂଆ ଅଧ୍ୟାୟ । ଭାରତ ରଚିବ ନୂଆ ଇତିହାସ। ବିଶ୍ଵ କ୍ରିକେଟର ପ୍ରାଣ କେନ୍ଦ୍ର ହେବାକୁ ଯାଉଛି ଭାରତ। ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ ଏବେ ଭାରତରେ ନିର୍ମାଣ ଚାଲିଛି । ଏହି ଷ୍ଟାଡିୟମ ଗୁଜରାଟ ଅହମ୍ମଦାବାଦର ମୋଟେରାରେ ନିର୍ମାଣ ଚାଲିଛି । ୬୩ ଏକର ଜମିରେ ନିର୍ମିତ ଏହି ଷ୍ଟାଡିୟମର ବ୍ୟୟ ଅଟକଳ ରହିଛି ୭୦୦ କୋଟି । ନିର୍ମାଣ ହେଉଥିବା ଷ୍ଟାଡିୟମରେ ଏକା ସଙ୍ଗେ ୧ ଲକ୍ଷ ୧୦ ହଜାର ଲୋକ ବସିବାର କ୍ଷମତା ରହିଛି ।ସର୍ଦ୍ଦାର ପଟେଲ ଷ୍ଟାଡିୟମ ନାମରେ ନାମିତ ଏହି ଷ୍ଟାଡିୟମଟି ବିଶ୍ଵର ସବୁଠୁ ବୃହତ ଷ୍ଟାଡିୟମ ହେବାକୁ ଯାଉଛି।

 

ଏହି କ୍ରିକେଟ୍ ଷ୍ଟାଡିୟମରେ ତିନୋଟି ଅଭ୍ୟାସ ଗ୍ରାଉଣ୍ଡ, କ୍ଲବ ହାଉସ, ଅଲିମ୍ପିକସ ସାଇଜର ସୁଇମିଙ୍ଗପୁଲ ଏବଂ ଗୋଟିଏ ଇଣ୍ଡୋର କ୍ରିକେଟ୍ ଏକାଡେମୀ ତିଆରି କରାଯାଇଛି। ଏହାସହ ୫୦ଟି ରୁମ ଏବଂ ୭୬ କୋର୍ପୋରେଟ ବକ୍ସ ମଧ୍ୟ ରହିଛି। ସେହିପରି କାର ଓ ବାଇକ ପାଇଁ ପାର୍କିଂ ବ୍ୟବସ୍ଥା ରହିଛି। ଏଥିରେ ୪ ହଜାର କାର ଓ ୧୦ ହଜାର ବାଇକ୍ ପାର୍କିଂ କରିବାର ସୁବିଧା କରାଯାଇଛି। ପ୍ରଥମ ଥର କୌଣସି ଷ୍ଟାଡିୟମରେ ଏଲଇଡି ଲାଇଟର ବ୍ୟବସ୍ଥା କରାଯାଇଛି। ସେହପରି ଷ୍ଟାଡିୟମ ପାଖକୁ ମେଟ୍ରୋ ଲାଇନ ସଂଯୋଗ ମଧ୍ୟ ହୋଇଛି।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୋଦୀ ଗୁଜରାତ କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ପଦରେ ଥିବା ସମୟରେ ମୋଟେରାରେ ବିଶ୍ଵର ସବୁଠୁ ବଡ଼ ଷ୍ଟାଡିୟମ ନିର୍ମାଣ ପାଇଁ ସ୍ଵପ୍ନ ଦେଖିଥିଲେ। ଏହାପରେ ଆରମ୍ଭ ହୋଇଥିଲା ନିର୍ମାଣ କାମ।

ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଷ୍ଟାଡ଼ିୟମଟି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ ବୋଲି ଆଶା ରଖାଯାଇଥିବା ବେଳେ ୨୦୨୦ରେ ଏଠାରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳାଯିବାକୁ ଆଶା ରଖାଯାଇଛି। ଏଥିପାଇଁ ଜୋରଦାର ନିର୍ମାଣ କାମ ଚାଲିଛି। ')}

Latest Posts

Don't Miss