spot_img

Latest Posts

ରେଭ ପାର୍ଟିରେ ସାପବିଷ ବ୍ଯବହାର ମାମଲା: ସତ ମାନିଲେ ବିଗବସ୍ ଓଟିଟି ୱିନର ଏଲଭିସ ଯାଦବ

ନୂଆଦିଲ୍ଲୀ: ସାପ ବିଷ ଯୋଗାଉଥିବା ସ୍ବୀକାର କଲେ ଏଲଭିସ ଯାଦବ। ରେଭ୍ ପାର୍ଟିରେ ସାପ ଏବଂ ସାପ ବିଷ ଯୋଗାଉଥିବା ମାନିଛନ୍ତି ବିଗବସ୍ ଓଟିଟି ବିଜେତା ତଥା ୟୁଟ୍ଯୁବର ଏଲଭିସ ଯାଦବ। ଗତକାଲି ଏଲଭିସ ଯାଦବଙ୍କୁ  ଉତ୍ତରପ୍ରଦେଶ ନୋଏଡା ପୋଲିସ ଗିରଫ କରିଥିଲା। ସାପ ବିଷ ଯୋଗାଉଥିବା ମାମଲାରେ ତାଙ୍କୁ ଗିରଫ କରିଥିଲା ପୋଲିସ। ଏହାସହ  ଗତବର୍ଷ ସାପ ବିଷ ଯୋଗାଉଥିବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ସେ ଜାଣିଥିବା ମଧ୍ୟ ସ୍ବୀକାର କରିଛନ୍ତି।  ୨୬ ବର୍ଷୀୟ ଏଲଭିସ ପୂର୍ବରୁ ସାପ ବିଷ ଯୋଗାଉଥିବା ନେଇ ଅସ୍ବୀକାର କରିଥିଲେ। ରେଭ ପାର୍ଟିରୁ ହିଁ ଅଭିଯୁକ୍ତଙ୍କୁ ଜାଣିଥିବା ବର୍ତ୍ତମାନ ପୋଲିସ ସାମ୍ନାରେ ମାନିଛନ୍ତି ଏଲଭିସ।

ସୂଚନାଯୋଗ୍ୟ, ରେଭ୍ ପାର୍ଟିରେ ସାପ ବିଷ ଯୋଗାଇବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଙ୍ଘନ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଗତ ବର୍ଷ ସାପ ବିଷ ମାମଲାରେ ସେକ୍ଟର-୪୯ ନୋଏଡା ପୋଲିସ ତାଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ କରିଥିଲା। ଏଥିପାଇଁ ଏଲଭିସଙ୍କୁ ପଚରାଉଚରା କରିବା ପାଇଁ ପୋଲିସ ଡାକିଥିଲା। ଦୀର୍ଘ ଘଣ୍ଟା ଧରି ପଚରାଉଚରା ପରେ କାଲି ଗିରଫ ହୋଇଥିଲେ ଏଲଭିସ। ଏଲଭିସ ରେଭ ପାର୍ଟିରେ ବିଷଧର ସାପର ବିଷ ବ୍ୟବହାର ସହ ଭିଡିଓ ସୁଟ୍ ପାଇଁ ସାପ ମଧ୍ୟ ବ୍ୟବହାର କରୁଥିବା ଅଭିଯୋଗ ରହିଛି। ନୋଏଡାରେ ସାପ ବିଷ ଯୋଗାଉଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ ସମୟରେ ଏଲଭିସ ଯାଦବଙ୍କ ନାଁ ତଦନ୍ତ ଘେରକୁ ଆସିଥିଲା। ମାମଲାରେ ପୋଲିସ ୪ ଜଣ ସାପଧରାଳିଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା। ଚଢ଼ାଉ ବେଳେ ୯ଟି ସାପ ସହ ସାପବିଷ ଜବତ କରାଯାଇଥିଲା।

Latest Posts

Don't Miss