ବାହାରକୁ ଆସିଲା ବିଗବସ୍-୧୫ର ଥିମ୍ ! ଏଥର ୨ କି ୩ ମାସ ନୁହେଁ ୬ମାସ ପର୍ଯ୍ୟନ୍ତ ଚାଲିପାରେ ଶୋ

1 min read

ମୁମ୍ବାଇ: ବିଗ୍ ବସ ୧୫କୁ ନେଇ ଏବେ ପ୍ରଶଂସକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଟିଭିର ସବୁଠାରୁ ବିବାଦୀୟ ଶୋ ପୁଣି ଥରେ ପ୍ରସାରିତ ହେବାକୁ ଯାଉଛି । ଶୋ ସହିତ ଜଡିତ କିଛି ନୂଆ ତଥ୍ୟ ଏବେ ସାମ୍ନାକୁ ଆସିଛି । ବିଗବସ୍ ୧୫ରେ ପ୍ରତିଯୋଗୀଙ୍କ ଲିଷ୍ଟ ଏବେ ପ୍ରଶଂସକଙ୍କୁ ଆକୃଷ୍ଠ କରିଛି । ଏନେଇ ଅନେକ ସେଲିବ୍ରେଟଙ୍କ ନାମ ମଧ୍ୟ ବାହାରକୁ ଆସିବାରେ ଲାଗିଛି । ଏହା ମଧ୍ୟ କୁହାଯାଉଛି ଯେ ସିଜନ ୧୫ ଦୁଇ-ତିନି ମାସ ପାଇଁ ନୁହେଁ ବରଂ ୬ ମାସ ପାଇଁ ଟେଲିକାଷ୍ଟ ହୋଇପାରେ । ତେବେ ଏମଧ୍ୟରେ , ବର୍ତ୍ତମାନ ଶୋ ବିଷୟରେ ଆଉ ଏକ ନୂଆ ଅପଡେଟ୍ ଆସିଛି । ବିଗବସର ନିର୍ମାତା ନିକଟରେ ଏକ ବୈଠକ କରିଛନ୍ତି । ସୂଚନା ଅନୁଯାୟୀ ଏହି ବୈଠକରେ ଘରର ଡିଜାଇନ୍, ସିଜନର ଥିମ୍, ସେଲିବ୍ରିଟି ଏବଂ ସାଧାରଣ ଲୋକଙ୍କ ବିଷୟରେ ଆଲୋଚନା ହୋଇଥିଲା । ନିର୍ମାତାମାନେ ଏକ ସ୍ୱତନ୍ତ୍ର ଫର୍ମାଟ୍ ଖୋଜୁଛନ୍ତି । ଏଥର ସାଧାରଣ ଲୋକମାନେ ମଧ୍ୟ ବିଗବସର ଅଂଶ ରହିବେ ।

ସୂଚନାନୁସାରେ, ଯେଉଁ ସାଧାରଣ ଲୋକମାନେ ପ୍ରକ୍ରିୟା ମାଧ୍ୟମରେ ସିଲେକ୍ଟ ହେବେ, ସିଜିନ ଆରମ୍ଭ ହେବା ପୂର୍ବରୁ ହିଁ ସେମାନେ ଗୋଟିଏ ଗୋଟିଏ ଘରେ ରହିବେ । ଟିଭିରେ ଟେଲିକାଷ୍ଟ ହେବା ପୂର୍ବରୁ ଏହା ଭୁଟରେ ପ୍ରସାରିତ ହେବ । ଦର୍ଶକମାନେ ଏହି ସାଧାରଣ ଲୋକଙ୍କୁ ଭୋଟ୍ ଦେବାର ସୁଯୋଗ ପାଇବେ, ସେମାନେ ଯେକୌଣସି ୪-୫ ସାଧାରଣ ଲୋକଙ୍କୁ ଚୟନ କରିପାରିବେ ଏବଂ ଗ୍ରାଣ୍ଡ୍ ପ୍ରିମିୟର ଦିନ ବିଗବସ୍ ଘରକୁ ପଠାଇ ପାରିବେ ।

ଏହା ମଧ୍ୟ କୁହାଯାଇଛି ଯେ ବିଗବସ୍ ୧୫ର ସେଟ୍ ତିଆରି କରିବାର କାମ ଆରମ୍ଭ ହେବାକୁ ଯାଉଛି। ଏହାସହ ଘରର ଡିଜାଇନ୍ ଚୂଡାନ୍ତ ହୋଇସାରିଛି । ବିଗବସ୍ ୧୫ର ଏକ ଅଂଶ ହେବାକୁ ଅନେକ ସେଲିବ୍ରିଟିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ତେବେ, ଏହି କଳ୍ପନାଜଳ୍ପନାରେ କେତେ ସତ୍ୟତା ଅଛି, ଶୋ ପ୍ରସାରିତ ହେବା ପରେ ହିଁ ଜଣା ପଡିବ । ଏଥର ମଧ୍ୟ ସଲମାନ ଖାନ ରିଆଲିଟି ସୋ ହୋଷ୍ଟିଂ କରିବେ। ଗତ ସିଜନ୍ ଟିଭି ଅଭିନେତ୍ରୀ ରୁବିନା ଦିଲିକ୍ ଜିତିଛନ୍ତି ।

Leave a Reply