spot_img

Latest Posts

ଟାଟା-ମିସ୍ତ୍ରି ମାମଲା: ଟାଟା ସପକ୍ଷରେ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାଇରସ୍ ମିସ୍ତ୍ରିଙ୍କ କ୍ରସ ଆବେଦନର ଶୁଣାଣିରେ ଟାଟା ସପକ୍ଷରେ ଆସିଛି ସୁପ୍ରିମକୋର୍ଟଙ୍କ ରାୟ । ଏମିତିକି ସାଇରସ୍ ମିସ୍ତ୍ରିଙ୍କ ପିଟିସନ ସୁପ୍ରିମକୋର୍ଟରେ ଖାରଜ ମଧ୍ୟ ହୋଇଯାଇଛି। ସଲ୍ଟ ଟୁ ସଫ୍ଟୱେର କନଗ୍ଲୋମିରେଟ ଚେୟାରମ୍ୟାନ ଭାବେ ସାଇରମ ମିସ୍ତ୍ରିଙ୍କୁ ବରଖାସ୍ତ କରିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି କୋର୍ଟ ।

ସୂଚନା ଅନୁଯାୟୀ, ଟାଟା ସନ୍ସ ଏବଂ ସାଇରସ୍ ଇନଭେଷ୍ଟମେଣ୍ଟ ଦ୍ୱାରା ଦାଏର କ୍ରସ ଆବେଦନ ଉପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ୨୦୧୯ ଡିସେମ୍ବର ୧୮ରେ ନ୍ୟାସନାଲ କମ୍ପାନୀ ଆଇନ ଆପିଲେଟ ଟ୍ରୁବ୍ୟୁନାଲ ବା NCLAT ସାଇରମ ମିସ୍ତ୍ରିଙ୍କୁ ଟାଟା ସନ୍ସର କାର୍ଯ୍ୟନିର୍ବାହୀ ପଦରୁ ବରଖାସ୍ତ କରିଥିଲେ । NCLATର ବରଖାସ୍ତ ଅର୍ଡରକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସାଇରସ୍ ମିସ୍ତ୍ରି । ଏହା ଛଡ଼ା ଟାଟା ସନ୍ସରେ ଇକ୍ୱିଟି ସେୟାରର ଉଚିତ କ୍ଷତିପୂରଣ ଦାବି କରି କୋର୍ଟରେ ଶାପୁରଜୀ ପାଲୋଞ୍ଜୀ କରିଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି ।

 

ଶାପୁରଜୀ ପାଲୋଞ୍ଜୀ ସେୟାରର ମୂଲ୍ୟ ଟାଟା ସନ୍ସଙ୍କ ଇକ୍ୱିଟିର ମୂଲ୍ୟ ଉପରେ ନିର୍ଭର କରିବ, ଉଚିତ ମୂଲ୍ୟ କ’ଣ ହେବା ଉଚିତ ତାହା ସୁପ୍ରିମକୋର୍ଟ ସ୍ଥିର କରିପାରିବେ ନାହିଁ । ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ଗଠିତ ଏକ ବେଞ୍ଚ ଏହି ରାୟ ଶୁଣାଇଛନ୍ତି । ଜଷ୍ଟିସ୍ ଏ ଏସ୍ ବୋପାନ୍ନା ଏବଂ ଭି ରାମାସୁବ୍ରମଣ୍ୟନଙ୍କୁ ନେଇ ଗଠିତ ବେଞ୍ଚ ଗତ ଡିସେମ୍ବର ୧୭ ତାରିଖରେ ଏହି ମାମଲାର ରାୟ ସଂରକ୍ଷିତ ରଖିଥିଲେ ।

Latest Posts

Don't Miss