ପାରାଦୀପ ବନ୍ଦର ବର୍ଥରେ ଲାଗିଲା ସବୁଠାରୁ ବଡ଼ ପଣ୍ୟବାହୀ ଜାହାଜ
1 min read
ପାରାଦୀପ: ପାରାଦୀପ ବନ୍ଦର ଇତିହାସରେ ପ୍ରଥମ । ବର୍ଥରେ ଲାଗିଲା ସବୁଠାରୁ ବଡ଼ ପଣ୍ୟବାହୀ ଜାହାଜ । ବନ୍ଦରର CQ-1 ବର୍ଥରେ ଲାଗିଥିବା ଏମ୍ ଭି ମିନେରାଲ ନାମକ ଜାହାଜରେ ଆସିଛି ୧ ଲକ୍ଷ ୨୪ ହଜାର ୭୦୪ ମେଟ୍ରିକ୍ ଟନର ଲାଇମଷ୍ଟୋନ । ଏହା UAEର MINASAQR ବନ୍ଦରରୁ ପାରାଦୀପ ଆସିଛି । ଏହି ଜାହାଜର ଲମ୍ବ ୨୯୧.୮୦ ମିଟର ଥିବାବେଳେ ଓସାର ୪୫ ମିଟର ରହିଛି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର୍ ଲମିଟେଡ୍ ଏହି ଜାହାଜକୁ ବନ୍ଦରକୁ ସିୱେଜ୍ ସିପିଂ ଷ୍ଟିଭେଡୋର ସଂସ୍ଥା ମାଧ୍ୟମରେ ବନ୍ଦରକୁ ଆଣିଛି ।
ପାରାଦୀପ ଭାରତର ସବୁଠୁ ଗଭୀରତମ ବନ୍ଦର ହୋଇଥିଲେ ମଧ୍ୟ ଦେଶର ୧୨ଟି ମେଜର ପୋର୍ଟ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି । ଗତକିଛି ବର୍ଷ ଧରି ପାରାଦୀପ ବନ୍ଦର ପକ୍ଷରୁ ଏହିଭଳି ବଡ଼ ବଡ଼ ଜାହାଜ ଆଣିବା ପାଇଁ ବନ୍ଦରର ବର୍ଥ ଗୁଡ଼ିକୁ ପ୍ରସ୍ତୁତ କରାଯାଉଛି । ପୂର୍ବରୁ ୨୦୧୭ ମସିହା ନଭେମ୍ବର ୬ ତାରିଖରେ ଏମ୍ ଭି ଉର୍ଜା ନାମକ ଜାହାଜରେ ୧ ଲକ୍ଷ ୧୮ ହଜାର ମେଟ୍ରିକ୍ ଟନର ପଣ୍ୟ ଆସିଥିଲା ।