ଖୋର୍ଦ୍ଧାରେ ବଡ଼ ଧରଣର ସେକ୍ସ ରାକେଟ ଠାବ

ଖୋର୍ଦ୍ଧା: ଖୋର୍ଦ୍ଧାରେ ବଡ ଧରଣର ସେକ୍ସ ରାକେଟ ଠାବ । ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦଧିମାଛଗାଡ଼ିଆ ଅଞ୍ଚଳରେ ସେକ୍ସ ରାକେଟକୁ ଠାବ କରିଛି ସଦର ଥାନା ପୋଲିସ । ଏକ ଦେଶୀ ମଦ ଭାଟି ପାଖରୁ ବେଆଇନ ଭାବେ ଏହି ଦେହ ବେପାର ଚାଲୁଥିଲା ବୋଲି ଜଣାପଡିଛି ।

ଗତକାଲି ବିଳମ୍ବିତ ରାତିରେ ପୋଲିସ ସୁଚନା ପାଇ ଚଢ଼ାଉ କରିଥିଲା । ଏହି ଚଢାଉରେ ୪ଜଣ ଦେହଜୀବୀ ଏବଂ ୧୦ଜଣ ପୁରୁଷଙ୍କୁ ଅଟକ ରଖାଯାଇଛି । ଏହା ସହ ଘଟଣାସ୍ଥଳରୁ ୫ଟି ବାଇକ୍, ଏବଂ ଅନ୍ୟାନ୍ୟ ଆପତ୍ତି ଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ସମସ୍ତଙ୍କୁ ସଦର ଥାନା ପୋଲିସ ଅଟକ ରଖି ତଦନ୍ତ ଚଳାଇଛି। ବାହାର ଅଞ୍ଚଳରୁ ଯୁବତୀଙ୍କୁ ଆଣି ଏଠାରେ ଦେହ ବେପାର କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା ।