ସମ୍ବଲପୁରରେ ବଡ଼ ଧାରଣାର ଡକାୟତି, ଲୁଟିନେଲେ ୩୦ କିଲୋ ସୁନା ସହ ଟଙ୍କା
1 min readସମ୍ବଲପୁର : ସମ୍ବଲପୁର ଜନଗହଳି ଫାଟକ ଅଞ୍ଚଳରେ ସଶସ୍ତ୍ର ଡକାୟତି l ବନ୍ଦୁକ୍ ଦେଖାଇ ମଣପୁରମ ଫାଇନାନ୍ସ କମ୍ପାନୀରୁ ୩୦ କିଲୋ ସୁନା ଲୁଟି ନେଲେ ଲୁଟେରା। ସେପଟେ ୫ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି ପୋଲିସ l ସଦର sdpo ଓ ସମସ୍ତ ଥାନାର iic ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମଣପୁରମ ଫାଇନାନ୍ସରେ ସୁନା ଗହଣା ବନ୍ଧା ରଖି ଲୋନ ନେବାର ବ୍ୟବସ୍ଥା ରହିଥାଏ । ଲୁଟ ପରେ ଜିଲ୍ଲା ଓ ଜିଲ୍ଲା ବାହାର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ୍। ଖୋଦ୍ ଉତ୍ତରଂଚଳ ଆଇଜି ପହଞ୍ଚି ଘଟଣାକୁ ଯାଞ୍ଚ କରୁଛନ୍ତି l ତେବେ ସବୁଠାରୁ ବଡ଼କଥା ହେଲା ଗତ ୨୦୧୮ ପରେ ପରେ ସମ୍ବଲପୁର ସହରରେ ୫ ଥର ସୁନା ଡକାୟତି ହେଲାଣି କିନ୍ତୁ ପୋଲିସ ହାତ ଖାଲି। ଡକାୟତି ଟିମ୍ କୁ ଧରିବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି l
କିଛି ଦିନ ଆଗରୁ ସହରର ଧନୁପାଲିର ଏକ ସୁନା ଦୋକାନରୁ ଓ ମାନେଶ୍ୱରର ସୁନା ଦୋକାନରୁ ସମାନ ଢଙ୍ଗରେ ସୁନା ଚୋରୀ ହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ତାର ଟେର ପାଇନି ପୋଲିସ। ତେଣୁ ଏହା ପୋଲିସର ଅପାରଗତା ବୋଲି ଚର୍ଚ୍ଚା ହେଉଛି l ସହର ସାରା କ୍ୟାମେରା ଲାଗିଛି ତେଣୁ କେଉଁ ଆଡ଼କୁ ସେମାନେ ଯାଉଛନ୍ତି ତାଙ୍କୁ ଟ୍ରାକ କରୁଛି ପୋଲିସ l ଯେହେତୁ ସମସ୍ତ ଦୁର୍ବୃତ୍ତ ହିନ୍ଦୀ ରେ କଥା ବାର୍ତ୍ତା କରୁଥିଲେ ତେଣୁ ଏମାନେ ବିହାର କିମ୍ବା ପଶ୍ଚିମବଙ୍ଗରୁ ଆସି ଡକାୟତି କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରିଛି।