ମନୋଜ ଛାବ୍ରା ହେଲେ ଜେଲ୍ ଡିଜି, ସନ୍ତୋଷ ଉପାଧ୍ୟାୟ ଅଗ୍ନିଶମ ଡିଜି

1 min read
Big Reshuffle In IPS Level, Twin City DCP Changed

ଭୁବନେଶ୍ୱର: IPS ସ୍ତରରେ ବଡ଼ ଧରଣର ଅଦଳବଦଳ । ବଦଳିଲେ ଟ୍ୱିନ୍ ସିଟି ଡିସିପି । ୧୯୮୮ ବ୍ୟାଚର ଆଇପିଏସ୍ ଡକ୍ଟର ମନୋଜ ଛାବ୍ରାଙ୍କୁ ଜେଲ୍ ବିଭାଗ ଡିଜି କରାଯାଇଛି । ସେହିଭଳି ଜେଲ୍ ଡିଜି ଥିବା ୧୯୮୮ ବ୍ୟାଚର ଆଇପିଏସ୍ ସନ୍ତୋଷ ଉପାଧ୍ୟାୟ ହୋଇଛନ୍ତି ଅଗ୍ନିଶମ ବାହିନୀର ଡିଜି । କ୍ରାଇମବ୍ରାଞ୍ଚ ଏଡିଜି ଥିବା ୧୯୯୪ ବ୍ୟାଚର ଆଇପିଏସ୍ ସଞ୍ଜୀବ ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ପରିବହନ କମିଶନର ୧୯୯୬ ବ୍ୟାଚର ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ବଦଳି କରାଯାଇଛି ।

Big Reshuffle In IPS Level, Twin City DCP Changed

୨୦୦୨ ବ୍ୟାଚର ଆଇପିଏସ୍ ଗଜଭିୟେଙ୍କୁ ଆଇଜିପି କମ୍ୟୁନିକେସନ୍ ଭାବେ ବଦଳି କରାଯାଇଛି । ୨୦୦୩ ବ୍ୟାଚର ଆଇପିଏସ୍ ଶଫିନ ଅହମଦଙ୍କୁ ଆଇଜିପି, ଏଚଆରପିସି ଭାବେ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କୁ କମିଶନରେଟ୍ ପୋଲିସର ଅତିରିକ୍ତ ସିପି ଦାୟିତ୍ୱ ଦିଆଯାଇଛି । କଟକ ଡିସିପି ପ୍ରତୀଚତ ସିଂଙ୍କୁ ଭୁବନେଶ୍ୱର ଡିସିପି ଭାବେ ବଦଳି କରାଯାଇଛି । ନୀତି ଶେଖରଙ୍କୁ ରାଉରକେଲା ଡିଆଇଜି ଭାବେ ବଦଳି କରାଯାଇଛି ।

Big Reshuffle In IPS Level, Twin City DCP Changed

ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି । ନବରଙ୍ଗପୁର ଏସପି ସ୍ମିତଙ୍କୁ ବରଗଡ଼ ଏସପି ଭାବେ ବଦଳି କରାଯାଇଛି । ସେହିଭଳି ବରଗଡ଼ ଏସପି ରାହୁଲ ଜୈନଙ୍କୁ ଝାରସୁଗୁଡ଼ା ଏସପି ଭାବେ ବଦଳି କରାଯାଇଥିବା ବେଳେ କଳାହାଣ୍ଡି ଏସପି ଡକ୍ଟର ସର୍ଭଣ ବିବେକଙ୍କୁ ବ୍ରହ୍ମପୁର ଏସପି ଭାବେ ବଦଳି କରାଯାଇଛି ।

ନୟାଗଡ଼ ଏସପି ସିଦ୍ଧାର୍ଥ କଟରିଆ ଖୋର୍ଦ୍ଧା ଏସପି ଭାବେ ବଦଳି ହୋଇଛନ୍ତି । ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଏସ. ସୁଶ୍ରୀଙ୍କୁ ନବରଙ୍ଗପୁର ଏସପି ଭାବେ ବଦଳି କରାଯାଇଛି । ଅଭିଳାଶ ଜିଙ୍କୁ କଳାହାଣ୍ଡି ଏସପି ଭାବେ ବଦଳି କରାଯାଇଥିବା ବେଳେ ଖୋର୍ଦ୍ଧା ଏସପି ଅଲେଖ ପହିଙ୍କୁ ନୟାଗଡ଼ ଏସପି ଭାବେ ବଦଳି କରାଯାଇଛି ।