ସହକାରୀ ପ୍ରାଧ୍ୟାପକ ନିଯୁକ୍ତିରେ ବଡ଼ ଧରଣର ଅନିୟମିତତା: ଓପିଏସସି ଭାଙ୍ଗିଛି ସବୁ ନିୟମ
ଭୁବନେଶ୍ବର: ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପକ୍ରିୟାରେ ସାମ୍ନାକୁ ଆସିଲା ବଡ଼ ଧରଣ ଅନିୟମିତତା । ସରକାରୀ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ତଥା ବିଏଡ କଲେଜରେ ହୋଇଥିବା ଏହି ନିଯୁକ୍ତିରେ ଓପିଏସସି ଭାଙ୍ଗିଛି ସବୁ ନିୟମ । ପଦବୀ ପାଇଁ ଏମଏଡ ଡିଗ୍ରୀ ବାଧ୍ୟତାମୂଳକ ଥିବା ବେଳେ ବିଏଡ ଧାରୀଙ୍କୁ ଦିଆଯାଇଛି ନିଯୁକ୍ତି । ଏନେଇ ଓପିଏସସି କର୍ତ୍ତୃପକ୍ଷ ମୁହଁ ଖୋଲି ନଥିବା ବେଳେ ବିଶେଷଜ୍ଞ ଉଦବେଗ ପ୍ରକାଶ କରିଛନ୍ତି । ଆଇନ ଦୃଷ୍ଟିରୁ ନିଯୁକ୍ତି ପକ୍ରିୟା ପାଇଁ ଥିବା ନିର୍ଦ୍ଧାରିତ ନିୟମ ଯଦି ପାଳନ ନହୁଏ ତେବେ ନିଯୁକ୍ତି ପରେ ମଧ୍ୟ ଏହାକୁ ନାକଚ କରିଦିଆଯାଇ ପାରିବ ବୋଲି ସେମାନେ କହିଛନ୍ତି ।
ବିଏଡ୍ କଲେଜ ନିଯୁକ୍ତି ପକ୍ରିୟା ସାଂଘାତିକ ଅନିୟମିତତା । ସାମ୍ନାକୁ ଆସିଲା ଓପିଏସସି କର୍ତ୍ତୃପକ୍ଷଙ୍କ ଅନିୟମିତତା । ଯୋଗ୍ୟତା ନଥାଇ ଆଶାୟୀଙ୍କୁ ମିଳିଛି ନିଯୁକ୍ତି । ପ୍ରଶ୍ନ ଉଠାଇଲେ ଆଶାୟୀ ଓ ବୁଦ୍ଧିଜୀବୀ । ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପାଇଁ ନିୟମ ମୁତାବକ ଏମଏଡ୍ ଯୋଗ୍ୟତା ଥିବା ବେଳେ ବିଏଡ୍ ଆବେଦନକାରୀଙ୍କୁ ଦିଆଯାଇଛି ଚାକିରି । ଯାହାକୁ ନେଇ ଏବେ ଶତାଧିକ ଆବେଦନକାରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଓପିଏସସି ଏଥିରେ ଓଇଏସ ରୁଲ୍ ୨୦୨୦ ଓ ଏନସିଟିଇ ନିୟମ ୨୦୧୪ କୁ ଉଲ୍ଲଂଘନ କରିଥିବା ସେମାନେ ଅଭିଯୋଗ କରିଛନ୍ତି।
ଆସନ୍ତୁ ଜାଣିବା ଏହି ଗୁରୁତ୍ୱ ନିଯୁକ୍ତିରେ ପୂର୍ଣ୍ଣ କେଉଁଠି ହୋଇଛି ଅନିୟମିତତା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ବିଏଡ୍ କଲେଜ ପାଇଁ ଓପିଏସସି ୨୦୨୧ ଜୁଲାଇ ୭ ରେ ୩୮୫ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହି ପଦବୀ ପାଇଁ ସ୍ନାତକୋତ୍ତର ଡିଗ୍ରୀ ସହିତ ଏମଏଡ୍ ଡିଗ୍ରୀ ବାଧ୍ୟତାମୂଳକ ଥିଲା । ତେବେ ଚୟନ ସମୟରେ କର୍ତ୍ତୃପକ୍ଷ ଏହାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଏମଏଡଧାରୀ ଙ୍କୁ ବାଦ ଦିଆଯାଇ ବିଏଡ୍ ଆବେଦନକାରୀଙ୍କୁ ନିଆଯାଇଛି ନିଯୁକ୍ତି । ତେବେ ଏହା ବେଆଇନ ବୋଲି କହିଛନ୍ତି ବିଶେଷଜ୍ଞ । ସେପଟେ ଆଇନ ଅନୁଯାୟୀ ଯଦି କୌଣସି ନିଯୁକ୍ତି ପକ୍ରିୟାରେ ସେଥିପାଇଁ ଥିବା ନିୟମକୁ କର୍ତ୍ତୃପକ୍ଷ ଭାଙ୍ଗି ନିଯୁକ୍ତି ଦିଅନ୍ତି ତେବେ ଅଭିଯୋଗ ପରେ ଏହା ନାକଚ କରାଯିବ ବୋଲି କହିଛନ୍ତି ଆଇନଜୀବୀ ।